ଓଡିଶା

odisha

ETV Bharat / sports

ପାଖେଇଲା ଦିନିକିଆ, ବାରବାଟୀ ବୁଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର - ବାରାବାଟି ଦିନିକିଆ

ଶନିବାର ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବାରବାଟି ଷ୍ଟାଡିଅମ ପରିଦର୍ଶନ କରିଛନ୍ତି। ଇଣ୍ଡିଆ-ଇଣ୍ଡିଜ ଦିନିକିଆ ପାଇଁ ସମସ୍ତ ପ୍ରସ୍ତୁତିର ଯାଞ୍ଚ କରିଛନ୍ତି ସେ। ଅଧିକ ପଢ଼ନ୍ତୁ...

few days in barabati oneday, OCA preparation, OCA preparation, ବାରିବାଟିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବାରାବାଟି ଦିନିକିଆ, ଓସିଏର ପ୍ରସ୍ତୁତି,
ପାଖେଇଲା ଦିନିକିଆ, ବାରିବାଟି ବୁଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

By

Published : Dec 7, 2019, 7:39 PM IST

କଟକ: କଟକରେ ଏବେ କ୍ରିକେଟ କ୍ରେଜ । ପାଖେଇ ଆସୁଛି ବାରବାଟୀ ଦିନିକିଆ । ସେଥିପାଇଁ ଷ୍ଟାଡିଅମ କାମ ବେଶ ତ୍ବରାନ୍ବିତ କରିଛି ଓସିଏ (ଓଡି଼ଶା କ୍ରିକେଟ ଆସୋସିଏସନ)। ଏହାରି ଭିତରେ ରାଜ୍ୟ ପୋଲିସ ପ୍ରତିଦିନ ଷ୍ଟାଡିଅମ ବୁଲି ପ୍ରତିଟି ଦିଗ ଯାଞ୍ଚ କରୁଥିଲା ବେଳେ ଶନିବାର ଖୋଦ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଷ୍ଟାଡିଅମ ପରିଦର୍ଶନ କରିଛନ୍ତି । କେତେଦୂର କାମ ଆଗେଇଛି ଓ କେବେ ସୁଧା ଶେଷ ହେବ ସେନେଇ ଓସିଏ ଓ ପୋଲିସ ଡିଜିଙ୍କ ସହ ଆଲୋଚନା କରିଛନ୍ତି।

ଆଉ କିଛି ଦିନ ପରେ ଦୁଲୁକିବ ବାରଵାଟୀ । କଟକରେ ଆସି ପହଁଞ୍ଚିବେ ଘରୋଇ ଭାରତ ଓ ଭ୍ରମଣକାରୀ ୱେଷ୍ଟେଇଣ୍ଡିଜ କ୍ରିକେଟ ଦଳ। ପରସ୍ପର ମୁହାଁମୁହିଁ ହେବେ ବାରଵାଟୀ ଷ୍ଟାଡିଅମରେ। ଏନେଇ ପ୍ରସ୍ତୁତି ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ତେବେ ଏହାରି ଭିତରେ ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବାରବାଟୀ ବୁଲି ସମସ୍ତ କାର୍ଯ୍ୟକୁ ଯାଞ୍ଚ କରିଛନ୍ତି। କିପରି ଦର୍ଶକଙ୍କ ଓ ଖେଳାଳିଙ୍କ ସୁରକ୍ଷା ସଠିକ ଢ଼ଙ୍ଗରେ ସମ୍ପାଦିତ ହେବ ସେନେଇ ଓସିଏ ସହ ଆଲୋଚନା କରିଛନ୍ତି। ଯେପରି ଭାବେ ଓଡି଼ଶା ବର୍ତ୍ତମାନ ବିଶ୍ବ ଦରବାରରେ ଭଲ କ୍ରୀଡା ଆୟୋଜକ ଭାବେ ପରିଚିତ ହୋଇଛି ସେହି ମାନ୍ୟତା ଜାରି ରଖିବାକୁ ଚେଷ୍ଟା ରହିବ। ଆସନ୍ତା ଦିନିକିଆ ମ୍ୟାଚ ଏପରି ରୂପେ ଆୟୋଜନ ହେବ ଯାହାକୁ ନେଇ ଖେଳାଳିଠୁ ଆରମ୍ଭ କରି ଦେଶବାସୀ ସବୁ ଦିନ ପାଇଁ ମନେ ରଖିଥିବେ ବୋଲି କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

ପାଖେଇଲା ଦିନିକିଆ, ବାରିବାଟି ବୁଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଅନ୍ୟପଟେ ବାରବାଟୀ ମ୍ୟାଚ ପାଇଁ ପୋଲିସ ପକ୍ଷରୁ ନିର୍ମାଣ ହୋଇଛି ଏକ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ । ଯାହାଦ୍ବାରା ଉଭୟ ଖେଳାଳି ଓ ଦର୍ଶକ ସୁରକ୍ଷିତ ରହିବେ। ଏହାଛଡା ଖେଳାଳିଙ୍କ ଆସିବାଠରୁ ଯିବା ପର୍ଯ୍ୟନ୍ତ ବାରବାଟୀରେ କମିଶନରେଟ ପୋଲିସ କଡା ପଇଁତରା ମାରିବ। ତା’ଛଡ଼ା ଆଗାମୀ ମ୍ୟାଚରେ ବାଲିଯାତ୍ରା ପଡିଆରେ ଏକ ଫ୍ୟାନ୍ସ ଯୋନ ନିର୍ମାଣ ହେବ । ଯେଉଁଥିରେ ଏଲଇଡି ଲାଗିବ ଯାହାଦ୍ବାରା କ୍ରୀଡ଼ାପ୍ରେମୀ ମାନେ ଭରପୁର ଆନନ୍ଦ ଉଠାଇ ପାରିବେ। ଏହାଛଡା ପ୍ରତି ଗ୍ୟାଲେରିରେ କମିସନରେଟ ପୋଲିସର ସ୍ବତନ୍ତ୍ର ହେଲ୍ପ ଡେସ୍କ ରହିବା ନେଇ ସୂଚନା ରହିଛି।

ତେବେ ହାତରେ ଆଉ ଅଳ୍ପ ଦିନ । ନୂଆ ଓସିଏ ଟିମ ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରି ଏହି ମେଗା ଆୟୋଜନରେ କେତେ ସଫଳ ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details