ଓଡିଶା

odisha

ETV Bharat / sports

ଚାଷୀ ଦେଶର ଆତ୍ମା, ଖୁବଶୀଘ୍ର ଶାନ୍ତିପୂର୍ଣ୍ଣ ସମାଧାନ ଆଶା: ଯୁବରାଜ ସିଂହ - Yuvraj Singh on Farmers

ଟିମ ଇଣ୍ଡିଆ ଅଲରାଉଣ୍ଡର ଯୁବରାଜ ସିଂହ ଗୁରୁବାର କହିଛନ୍ତି, ତାଙ୍କର ''ବିଶ୍ବାସ'' ରହିଛି ଯେ ଏକ ଶାନ୍ତିପୂର୍ଣ୍ଣ ସମାଧାନର ରାସ୍ତା ଶୀଘ୍ର ବାହାରିବ । ଅଧିକ ପଢନ୍ତୁ...

Farmers lifeblood of nation, confident of peaceful resolution soon: Yuvraj Singh
ଚାଷୀ ଦେଶର ଆତ୍ମା, ଖୁବଶୀଘ୍ର ଶାନ୍ତିପୂର୍ଣ୍ଣ ସମାଧାନ ଆଶା: ଯୁବରାଜ ସିଂହ

By

Published : Feb 4, 2021, 5:28 PM IST

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଆଣିଥିବା 3ଟି ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଆନ୍ଦୋଳନ ଜାରି ରହିଛି । ସ୍ଥିତି ଏପରି ହୋଇଛି ଯେ, କୃଷକ ସଂଗଠନ ଓ ସରକାର ମୁହାଁମୁହିଁ ହୋଇଛନ୍ତି । ତେବେ ଏନେଇ ପୂର୍ବତନ ଟିମ ଇଣ୍ଡିଆ ଅଲରାଉଣ୍ଡର ଯୁବରାଜ ସିଂହ ଗୁରୁବାର କହିଛନ୍ତି, ତାଙ୍କର ''ବିଶ୍ବାସ'' ରହିଛି ଯେ ଏକ ଶାନ୍ତିପୂର୍ଣ୍ଣ ସମାଧାନର ରାସ୍ତା ଶୀଘ୍ର ବାହାରିବ ।

ଯୁବରାଜ ଟ୍ବିଟରେ ଲେଖିଛନ୍ତି, "ଭାରତର ଜଣେ ଗର୍ବିତ ନାଗରିକ ଭାବେ, ଆମକୁ ଏହି ସମୟରେ ଏକତ୍ର ରହିବାକୁ ହେବ । ଏପରି କୌଣସି ସମସ୍ୟା ନାହିଁ, ଯାହାର ସମାଧାନ ହୋଇପାରିବନି । ଆମର କୃଷକ ସମୁଦାୟ ଆମ ଦେଶର ଜୀବନବିନ୍ଦୁ(ଆତ୍ମା) । ସେଥିପାଇଁ ମୋର ଦୃଢ ବିଶ୍ବାସ ଯେ, ଏକ ଶାନ୍ତିପୂର୍ଣ୍ଣ ସମାଧାନ ଖୁବଶୀଘ୍ର ହେବ ।"

ଭାରତୀୟ ଓପନର ରୋହିତ ଶର୍ମା ସମୟର ଆହ୍ବାନରେ ସମାଧାନର ରାସ୍ତା ପାଇଁ ଆମେ ଏକାଠି ହେବା ଉଚିତ । ଏକତ୍ର ସମସ୍ୟାର ସମାଧାନର ରାସ୍ତ ଦେଖାଇବ ।

ରୋହିତ ଟ୍ବିଟରେ ଲେଖିଛନ୍ତି, ଦେଶ ଗଠନରେ ଆମ କୃଷକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ସମସ୍ତେ ନିଜର ଦାୟିତ୍ବ ସୂଚାରୁ ରୂପେ ତୁଲାଇବା ସହ ଶୀଘ୍ର ସମାଧାନ କରିବେ ବୋଲି ଆଶାବାଦୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details