ଓଡିଶା

odisha

ETV Bharat / sports

ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ସିରିଜ: ଷ୍ଟାଡିୟମକୁ ଆସିବେ ଫ୍ୟାନ୍ସ - ମହିଳା କ୍ରିକେଟ ସିରିଜ

26 ସେପ୍ଟେମ୍ବରରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମହିଳା ଦଳ ତିନି ମ୍ୟାଚ ବିଶିଷ୍ଟ ଗୋଟିଏ ଦିନିକିଆ ଓ ଗୋଟିଏ ଟି-20 ସିରିଜ ଖେଳିବେ । ଯେଉଁଥିରେ ଷ୍ଟାଡିୟମ ମଧ୍ୟକୁ ଦର୍ଶକ ଆସିବେ ବୋଲି କହିଛି ଅଷ୍ଟ୍ରେଲିଆ । ଅଧିକ ପଢ଼ନ୍ତୁ...

Fans to be allowed inside stadium, fans in stadium for cricket series,  cricket series between Aus-NZ women, ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ, ମହିଳା କ୍ରିକେଟ ସିରିଜ, ଷ୍ଟାଡିଅମକୁ ଆସିବେ ଫ୍ୟାନ୍ସ
ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ସିରିଜ: ଷ୍ଟାଡିଅମକୁ ଆସିବେ ଫ୍ୟାନ୍ସ

By

Published : Sep 14, 2020, 12:39 PM IST

ମେଲବର୍ଣ୍ଣ: କୋରୋନା ମହାମାରୀ ଯୋଗୁଁ ଷ୍ଟାଡିୟମ ମଧ୍ୟକୁ ଫ୍ୟାନ୍ସଙ୍କ ପ୍ରବେଶ ଉପର ଦୀର୍ଘ ସମୟ ଧରି କଟକଣା ଲାଗିଥିବା ବେଳେ ଏବେ ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ ମହିଳା ସୀମିତ ଓଭର କ୍ରିକେଟ ସିରିଜରେ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ପ୍ରବେଶକୁ ମିଳିଛି ଅନୁମତି । ଏନେଇ ସୋମବାର ଅଷ୍ଟ୍ରେଲିଆ ସ୍ପଷ୍ଟ କରିଛି ।

26 ସେପ୍ଟେମ୍ବରରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମହିଳା ଦଳ ତିନୋଟି ଦିନିକିଆ ଓ ତିନୋଟି ଟି-20 ମ୍ୟାଚ ଖେଳିବେ ।

ଏକ ରିପୋର୍ଟରେ କୁହାଯାଇଛି ଯେ, ‘‘ସୀମିତ ସଂଖ୍ୟକ ଫ୍ୟାନ୍ସଙ୍କୁ ଆଲାନ ବୋର୍ଡର ଫିଲ୍ଡକୁ ଅନୁମତି ଦିଆଯିବ । ତେବେ ସର୍ବାଧିକ କେତେ ଜଣଙ୍କୁ ଅନୁମତି ଦିଆଯିବ ତାହା ବର୍ତ୍ତମାନର କୁଇନ୍ସଲ୍ୟାଣ୍ଡ ସ୍ବାସ୍ଥ୍ୟ ଏବଂ ସରକାରୀ ନିର୍ଦ୍ଦେଶାବଳୀ ଦ୍ବାରା ନିର୍ଣ୍ଣୟ କରାଯାଇଛି । ଯାହାଫଳରେ ଷ୍ଟାଡିୟମର କ୍ଷମତାର କେବଳ 50 ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ ।’’

‘‘ଗ୍ରାଉଣ୍ଡକୁ 6ଟି ଜୋନରେ ବିଭକ୍ତ କରାଯିବ । ନିଜ ଟିକେଟ ଅନୁସାରେ ହିଁ ଫ୍ୟାନ୍ସଙ୍କୁ ବସିବା ପାଇଁ ଅନୁମତି ମିଳିବ ,’’ ବୋଲି ରିପୋର୍ଟରେ କୁହାଯାଇଛି ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଦର୍ଶକଙ୍କ ପାଇଁ ସର୍ବାଧିକ 6ଟି ଟିକେଟର ସୀମା ରହିବ ଏବଂ ମ୍ୟାଚରେ କୌଣସି ବକ୍ସ ଅଫିସରେ ବିକ୍ରୟ ହେବ ନାହିଁ । କେବଳ ମୋବାଇଲ ଟିକେଟ ଉପଲବ୍ଧ ହେବ, ଏବଂ ଯେତେବେଳେ ଜଣେ ବ୍ୟକ୍ତି ଟିକେଟ କିଣିବେ, କ୍ରିକେଟ ଅଷ୍ଟ୍ରେଲିଆ ସେହି ବ୍ୟକ୍ତିଙ୍କ ବିବରଣୀକୁ କୋଭିଡ-19 କଣ୍ଟାକ୍ଟ-ଟ୍ରେସିଂ ଉଦ୍ଦେଶ୍ୟରେ ରଖିବ ।

ଶେଷ ଅନ୍ତର୍ଜାତୀୟ କ୍ରିକେଟ ଯାହା ଦର୍ଶକଙ୍କ ଉପସ୍ଥିତି ଦେଖିଥିଲା, ତାହା ଥିଲା ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ମହିଳା ଟି-20 ବିଶ୍ବକପ ଫାଇନାଲ । ଏହି ମ୍ୟାଚରେ 80,000 ରୁ ଅଧିକ ଦର୍ଶକ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡକୁ ଆସିଥିଲେ ।

@IANS

ABOUT THE AUTHOR

...view details