ଦୁବାଇ:ସେପ୍ଟେମ୍ବର 19ରୁ ଆରମ୍ଭ ହେବାକୁ ଥିବା ଆଇପିଏଲର 13ତମ ସଂସ୍କରଣରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ପାଇଁ ଖେଳିବା ନେଇ ହୋଇଛି ଗୁଜବ ସୃଷ୍ଟି । ଅର୍ଜୁନଙ୍କ ପିତା ସଚିନ ଫ୍ରାଞ୍ଚାଇଜର ନେତୃତ୍ବ ନେଉଥିବା ବେଳେ ୱାଙ୍ଖେଡେ ଷ୍ଟାଡିୟମରେ ପିଲାଦିନରୁ ସେ ମୁମ୍ବାଇ ଇଣ୍ଡିଆନ୍ସକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା।
ବର୍ତ୍ତମାନ, ଅର୍ଜୁନ ଜଣେ ଉଚ୍ଚ-କୁଶଳୀ ବାମହାତୀ ପେସର ଭାବରେ ଉଭା ହୋଇଛନ୍ତି, ଯିଏ ଘରୋଇ ଏବଂ 19 ବର୍ଷରୁ କମ ସର୍କିଟରେ ବ୍ୟାଟିଂ ଦକ୍ଷତା ସହିତ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସାମ୍ନାକୁ ଆସିଥିଲା ଯେଉଁଥିରେ ଅର୍ଜୁନ ୟୁଏଇରେ ଟ୍ରେଣ୍ଟ ବୋଲ୍ଟ, ରାହୁଲ ଚହର ଏବଂ ଜେମ୍ସ ପାଟିନସନଙ୍କ ସହ ସୁଇମିଂ ପୁଲରେ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା।