ନୂଆଦିଲ୍ଲୀ: ସନଥ ଜୟସୁରିଆଙ୍କର ମୃତ୍ୟୁ । ଏଭଳି କିଛି ଗୁଜବ ଖବର ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଟ୍ବିଟରରେ ଘୁରି ବୁଲୁଛି । ଏହି ଘଟଣାଟି କାନାଡ଼ାର ଏକ ଖବର ସରବରାହ ସଂସ୍ଥା ପ୍ରକାଶ କରିବା ପରେ ବେଶ ଭାଇରାଲ ହୋଇଛି । ଯାହାକୁ କ୍ରୀଡ଼ ଜଗତରେ ବେଶ ନିନ୍ଦା କରାଯିବା ସହିତ ଏଭଳି ଦାୟିତ୍ବହୀନ ଖବର ପ୍ରସାରଣକୁ ନିନ୍ଦା କରାଯାଇଛି । ସେପଟେ ଖୋଦ ଜୟସୁରିୟା ଏହି ଖବରକୁ ଖଣ୍ଡନ କରିବା ସହିତ ଦୁଃଖ ପ୍ରକାଶ କରିଛନ୍ତି ।
ମିଳିଥିବା ଖବର ମୁତାବକ ଆଜି(ସୋମବାର) ଟ୍ବିଟରରେ ଏକ ଖବର ଘୁରି ବୁଲୁଛି ଯେ, କ୍ରିକେଟର ସନଥ ଜୟସୁରିୟଙ୍କର ମୃତ୍ୟୁ ହୋଇଛି । କାନାଡାରେ ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କାନାଡାର ଏକ ଗଣମାଧ୍ୟମ ସୂଚନାଦେଇଛି । ତେବେ ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ଭାଇରାଲକାରୀ ଖବରକୁ ଜୋରଦାର ଭାଇରାଲ କରିବାରେ ଲାଗିଛନ୍ତି ।