ଓଡିଶା

odisha

ETV Bharat / sports

ଦ୍ବିତୀୟ କନ୍ୟା ସନ୍ତାନର ପିତା ହେଲେ ଡୁପ୍ଲେସିସ - ଦକ୍ଷିଣ ଆଫ୍ରିକା କ୍ୟାପଟେନ ଫାଫ ଡୁପ୍ଲେସିସ

ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ୟାପଟେନ ଫାଫ ଡୁପ୍ଲେସିସଙ୍କ ଘରକୁ ଗୁରୁବାର ଆସିଛନ୍ତି ଦ୍ବିତୀୟ ଲକ୍ଷ୍ମୀ । ଦ୍ବିତୀୟ କନ୍ୟା ସନ୍ତାନର ପିତା ହୋଇଛନ୍ତି ଏହି ଷ୍ଟାର କ୍ରିକେଟର ।

Faf du Plessis and wife Imari Visser blessed with baby girl
ଦ୍ବିତୀୟ କନ୍ୟା ସନ୍ତାନର ପିତା ହେଲେ ଡୁପ୍ଲେସିସ

By

Published : Aug 20, 2020, 8:31 PM IST

ଜୋହାନ୍ସବର୍ଗ: ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ୟାପଟେନ ଫାଫ ଡୁପ୍ଲେସିସଙ୍କ ଘରକୁ ଗୁରୁବାର ଆସିଛନ୍ତି ଦ୍ବିତୀୟ ଲକ୍ଷ୍ମୀ । ଦ୍ବିତୀୟ କନ୍ୟା ସନ୍ତାନର ପିତା ହୋଇଛନ୍ତି ଏହି ଷ୍ଟାର କ୍ରିକେଟର । ଦ୍ବିତୀୟ ଥର ପିତା ହେବାନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ।

ଦୀର୍ଘ ଦିନର ପ୍ରେମ ସଂପର୍କରେ ରହିବା ପରେ ବାନ୍ଧବୀ ଇମାରୀ ଭିସରଙ୍କୁ 2013ରେ ବିବାହ କରିଥିଲେ ଡୁପ୍ଲେସିସ । ପତିପତ୍ନୀ ଦ୍ବିତୀୟ କନ୍ୟା ସନ୍ତାନର ନାମ ରଖିଛନ୍ତି ଜୋଏ ଡୁ ପ୍ଲେସିସ । 2017ରେ ପ୍ରଥମ କନ୍ୟା ସନ୍ତାନର ପିତା ହୋଇଥିଲେ ଡୁ ପ୍ଲେସିସ । ପ୍ରଥମ କନ୍ୟାଙ୍କ ନାମ ଆମେଇଲେ ରହିଛି ।

ଡୁପ୍ଲେସିସଙ୍କ ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗ୍ସ ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ଅଗଷ୍ଟ 15ରୁ 6 ଦିନିକିଆ କ୍ୟାମ୍ପ ଆରମ୍ଭ କରିଛି । ଅଗଷ୍ଟ 21ରେ ଟିମ ଦୁବାଇ ଅଭିମୁଖେ ଆଇପିଏଲ 2020 ପାଇଁ ଉଡାଣ ଭରିବ । ଡୁପ୍ଲେସିସ ସେପ୍ଟେମ୍ବର 1ରେ ୟୁଏଇ ପହଞ୍ଚିବେ । ଭାରତରେ ଡୁପ୍ଲେସିସଙ୍କ ଏନେକ ଫ୍ୟାନ୍ସ ରହିଛନ୍ତି । ବିଶେଷ କରି ସିଏସକେ କ୍ୟାପଟେନ ଧୋନିଙ୍କ ସହ ଡୁପ୍ଲେସିସ ଜଣ ଭଲ ବନ୍ଧୁ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details