ଓଡିଶା

odisha

By

Published : Feb 2, 2021, 9:15 PM IST

ETV Bharat / sports

କ୍ରିକେଟ ଅଷ୍ଟ୍ରେଲିଆର ଗସ୍ତ ସ୍ଥଗିତ ନିଷ୍ପତ୍ତିରେ ଗ୍ରେମ୍‌ ସ୍ମିଥ ଖପ୍ପା

କ୍ରିକେଟ ଅଷ୍ଟ୍ରେଲିଆର ଦକ୍ଷିଣ ଆଫ୍ରିକା ଗସ୍ତ ସ୍ଥଗିତ ଘୋଷଣା ପରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA)ର କ୍ରିକେଟ ନିର୍ଦ୍ଦେଶକ ଗ୍ରେମ ସ୍ମିଥ । ଅଧିକ ପଢନ୍ତୁ...

Extremely disappointed by Cricket Australia's decision to cancel SA tour at eleventh hour: Graeme Smith
କ୍ରିକେଟ ଅଷ୍ଟ୍ରେଲିଆର ଗସ୍ତ ସ୍ଥଗିତ ନିଷ୍ପତ୍ତିରେ ଗ୍ରେମ୍‌ ସ୍ମିଥ ଖପ୍ପା

ଜୋହାନ୍ସବର୍ଗ:କୋରୋନା ଭାଇରସର ଆଳ ଦେଖାଇ ଦକ୍ଷିଣ ଆଫ୍ରିକା ଗସ୍ତକୁ ସ୍ଥଗିତ ଘୋଷଣା କରିଛି କ୍ରିକେଟ ଅଷ୍ଟ୍ରେଲିଆ । ସିଏର ଏହି ନିଷ୍ପତ୍ତିରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି, ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA)ର କ୍ରିକେଟ ନିର୍ଦ୍ଦେଶକ ଗ୍ରେମ ସ୍ମିଥ ।

ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ୟାପଟେନ ରହିସାରିଥିବା ସ୍ମିଥ କହିଛନ୍ତି, କ୍ରିକେଟ ଅଷ୍ଟ୍ରେଲିଆର ଏହି ନିଷ୍ପତ୍ତିରେ ସଂପୂର୍ଣ୍ଣ ଅସନ୍ତୁଷ୍ଟ । କାରଣ ଗତ କିଛି ସପ୍ତାହ ଧରି ଆଗାମୀ ଟେଷ୍ଟ ସିରିଜକୁ ନେଇ ଆଲୋଚନା ଜାରି ରହିଥିଲା ।

ଚଳିତ ମାସ ଶେଷ ସପ୍ତାହରେ ଅଷ୍ଟ୍ରେଲିଆ ଟିମ ଦକ୍ଷିଣ ଆଫ୍ରିକା ପହଞ୍ଚିବାର ସୂଚୀ ରହିଥିଲା । ଉଭୟ ଟିମ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବା ନେଇ ପୂର୍ବରୁ ସ୍ଥିର ହୋଇଥିଲା ।

ମାତ୍ର କୋରୋନା ଭାଇରସ ସଂକ୍ରମଣ କାରଣରୁ ଅସୁରକ୍ଷିତ ଦର୍ଶାଇ ମଙ୍ଗଳବାର ଗସ୍ତ ସ୍ଥଗିତ ଘୋଷଣା କରିଥିଲା କ୍ରିକେଟ ଅଷ୍ଟ୍ରେଲିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details