ସିଡନି: ଦିବାରାତ୍ର ଅଭ୍ୟାସ ମ୍ୟାଚର ଦ୍ବିତୀୟ ଦିନରେ ମଧ୍ୟ ଘରୋଇ ଅଷ୍ଟ୍ରେଲିଆ ଏ ଉପରେ ପ୍ରଭାବ ବିସ୍ତାର କରିଛି ଭାରତ । ଷ୍ଟାଡିୟମ ପୂର୍ଣ୍ଣ ଆଲୋକରେ ଭରିବା ପରେ, ପିଙ୍କ୍ ବଲ ନିସ୍କ୍ରିୟ ହୋଇପଡିଥିଲା । ମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ଜାରି ଥିଲା ।
ଦ୍ବିତୀୟ ଦିନରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଓ ହନୁମା ବିହାରୀଙ୍କ ବ୍ୟାଟିଂ ଜଲୱା ଦେଖିବାକୁ ମିଳିଥିଲା । ଦ୍ବିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ସ୍କୋର 386/4 ରହିଛି । ବିହାରୀ 104 ଓ ପନ୍ତ 103 ରନରେ ଅପରାଜିତ ଅଛନ୍ତି । ଶେଷ ବଲରେ ଚୌକା ସହ 73 ବଲରେ ଶତକ ପୂରଣ କରିଥିଲେ ପନ୍ତ ।
ବିହାରୀ 194 ବଲରୁ 13 ଚୌକା ସହ ଅପରାଜିତ ଶତକୀୟ ଇଂନିସ ଖେଳିଛନ୍ତି । ବିହାରୀ ଓ ପନ୍ତଙ୍କ ମଧ୍ୟରେ ପଞ୍ଚମ ୱିକେଟ ଯୋଡିରେ 146 ରନର ଅପରାଜିତ ଭାଗିଦାରୀ ହୋଇଛି । ମୟଙ୍କ ଅଗ୍ରୱାଲ 61 ଓ ଶୁଭମନ ଗିଲ 65 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । କାମଚଳା କ୍ୟାପଟେନ ଅଜିଙ୍କ୍ୟ ରାହାଣେ ମାତ୍ର 38 ରନରେ ୱିକେଟ ହରାଇଥିଲେ ।