ଓଡିଶା

odisha

ETV Bharat / sports

କଙ୍ଗାରୁ ଖେଳାଳିଙ୍କ ଆଶା ପୂରଣ କରିବେ ବିରାଟ-ରୋହିତ୍‌ ! - Rohit sharma

ଅଷ୍ଟ୍ରେଲିଆ ଦଳର ପୂର୍ବତନ ସ୍ପିନର ବ୍ରାଡ ହଗ ଓ ଅଷ୍ଟ୍ରେଲିଆର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଓପନର ରୋହିତ ଶର୍ମାଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି । ଅଧିକ ପଢନ୍ତୁ....

expection-of-the-kangaroos-team-to-fulfill-virat-and-rohit
କଙ୍ଗାରୁ ଖେଳାଳିଙ୍କ ଆଶା ପୂରଣ କରିବେ ବିରାଟ-ରୋହିତ୍‌ !

By

Published : Mar 18, 2020, 9:20 PM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଜଗତରେ ଏବେ କୋରୋନାର ଆତଙ୍କ ଥିବାବେଳେ ଭାରତୀୟ ଖେଳାଳିକୁ ନେଇ ଏମିତି ସ୍ବପ୍ନ ଦେଖୁଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବତନ କ୍ରିକେଟର । ଆଉ କଙ୍ଗାରୁ ଟିମର ଏହି ଆଶା ଆଗାମୀ ଅକ୍ଟୋବରରେ ପୂରଣ ହେବା ବୋଲି ଆଶା କରାଯାଉଛି । ତେବେ ପାଠକେ ଏବେ ଦ୍ବନ୍ଦରେ ପଡି ଯିବେଣି, ଅଷ୍ଟ୍ରେଲିଆ କ୍ରିକେଟରଙ୍କ କେଉଁ ଆଶା ପୂରଣ କରିବେ ଭାରତୀୟ କ୍ରିକେଟର ରୋହିତ ଶର୍ମା ଓ ବିରାଟ କୋହଲି ।

ଅଷ୍ଟ୍ରେଲିଆର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର

ତେବେ ମଙ୍ଗଳବାର ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ ହଗ କହିଛନ୍ତି ଯେ, ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ହେଉଛନ୍ତି ବିଶ୍ୱର ଏକମାତ୍ର ଖେଳାଳି ଯିଏକି ଟି -20 କ୍ରିକେଟରେ ଦ୍ବିଶତକ ହାସଲ କରିବାର କ୍ଷମତା ରଖିଛନ୍ତି । ଟ୍ବିଟରରେ ଜଣେ ଭାରତୀୟ ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତରରେ ଦେଇ ହଗ୍ ଏହା କହିଛନ୍ତି । ହଗ୍ କହିଛନ୍ତି, "ମୁଁ ଭାବୁଛି ବର୍ତ୍ତମାନ ସମୟରେ ରୋହିତ ଶର୍ମା ହିଁ ଏକମାତ୍ର ଖେଳାଳି ଯିଏ ଏହା କରିପାରିବେ । ତାଙ୍କର ଷ୍ଟ୍ରାଇକ୍ ରେଟ୍ ଭଲ, ଟାଇମିଂ ମଧ୍ୟ ଭଲ, ସେ କ୍ରିକେଟ୍ ସଟ୍ ଖେଳନ୍ତି ଏବଂ ପଡ଼ିଆରେ ବିଶାଳ କାୟ ଛକା ମାରିବାର କ୍ଷମତା ରଖିଛନ୍ତି ।’’

ଅଷ୍ଟ୍ରେଲିଆ ଦଳର ପୂର୍ବତନ ସ୍ପିନର ବ୍ରାଡ ହଗ

ସୂଚନାଥାଉ କି, ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ ଗୋଟିଏ ଥର ଟି -20ରେ ଦ୍ବିଶତକର ନିକଟତର ହୋଇଥିଲେ । ସେ ଜିମ୍ବାୱେ ବିପକ୍ଷରେ 76 ବଲରୁ 172 ସ୍କୋର କରିଥିଲେ । ଫିଞ୍ଚର ସ୍କୋର ଟି -20 ଇଣ୍ଟରନ୍ୟାସନାଲରେ ସର୍ବଶ୍ରେଷ୍ଠ | ସେହିପରି ଟି -20 ରେ ରୋହିତଙ୍କ ସର୍ବାଧିକ ସ୍କୋର ହେଉଛି 118 ରନ୍ । ରୋହିତ ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ରଖିଛନ୍ତି | ସେହିପରି ଦିନିକିଆ କ୍ରିକେଟରେ 3ଟି ଦ୍ବିଶତକ ଓ ଟେଷ୍ଟରେ ଗୋଟିଏ ଦ୍ବିଶତକ ହିଟ୍‌ମ୍ୟାନଙ୍କ ନାମରେ ରହିଛି । ରୋହିତ 2014 ରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆରେ 264 ଅପରାଜିତ ସ୍କୋର କରିଥିଲେ । ସେହିପରି ଆଗାରୁ ମଧ୍ୟ ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର ଡେଭିଡ ୱାର୍ଣ୍ଣର ରୋହିତ ଏହି କାରନାମା କରିପାରିବେ ବୋଲି ବିଶ୍ବାସ ରଖିଥିଲେ ।

ସେହିପରି ବୁଧବାର ଅଷ୍ଟ୍ରେଲିଆର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଲାଙ୍ଗର କହିଛନ୍ତି, 2018-19 ରେ ଇଣ୍ଡିଆ ଟେଷ୍ଟ ସିରିଜରେ ବିରାଟଙ୍କ ଆଗ୍ରେସନ ଦେଖିଲେ ମୋତେ ନିଜକୁ ପଞ୍ଚିଂ ବ୍ୟାଗ ପରି ମନେହୁଏ । ଫିଲ୍ଡରେ ତାଙ୍କର ଆଗ୍ରେସନ ପ୍ରସଂଶନୀୟ ।

ଆମାଜନଙ୍କ ଡକ୍ୟୁମେଣ୍ଟାରୀ ‘ଟେଷ୍ଟ’ରେ ଲେଙ୍ଗର କହିଛନ୍ତି," ମୋର ମନେ ଅଛି ଯେ ସେହି ଅପରାହ୍ନରେ ଯେତେବେଲେ ମୋତେ ନିଜକୁ ଏକ ପିଞ୍ଚିଂ ବ୍ୟାଗ୍ ପରି ଅନୁଭବ ହୋଇଥିଲା । କାରଣ ଆମେ ଉକ୍ତ ମ୍ୟାଚରେ ଭାରତୀୟ ଆଟାକ୍‌ର ସମ୍ମୁଖୀନ କରିପାରି ନଥିଲୁ । ଏମିତି ଲାଗୁଥିଲା କି ଆମ ହାତ ଆମ ପଛ ପଟେ ରହିଯାଇଛି । ’’

ସୂଚନାଥାଉ କି, 2018-19 କ୍ୟାଲଣ୍ଡରରେ ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ପାଇଁ ଟେଷ୍ଟ ସିରିଜ ଜିତି ଇତିହାସ ରଚିଥିଲା ବିରାଟ ବାହିନୀ । ଐତିହାସିକ ବର୍ଡର ଗାଭାକ୍ସର ଟ୍ରଫିକୁ 3-1, ଦିନିକିଆ ସିରିଜକୁ 2-1 ଓ ଏକମାତ୍ର ଟି-20 ଡ୍ର ରଖିବାରେ ସକ୍ଷମ ହୋଇଥିଲା ଭ୍ରମଣକାରୀ ଭାରତୀୟ ଦଳ ।

ତେବେ ଆଶା କରାଯାଉଛି କି, ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଏହି ଆଶା ଗୁଡିକୁ ଆଗାମୀ ଟି-20 ବିଶ୍ବକପରେ ପୂରଣ କରିବେ ଭାରତର ଏହି ଦୁଇ ବ୍ୟାଟିଂ ପାୱାର ହାଉସ । ସୂଚନାଥାଉ କି, ଆସନ୍ତା ଅକ୍ଟୋବରରୁ ଅଷ୍ଟ୍ରେଲିଆ ମାଟିରେ ଆରମ୍ଭ ହେବାକୁ ଯାଉଛି ଟି-20 କ୍ରିକେଟ ବିଶ୍ବକପ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details