ଓଡିଶା

odisha

ETV Bharat / sports

ବିଦେଶୀ ଟି-20 ଲିଗରେ ଭାରତୀୟ କ୍ରିକେଟର ଖେଳିବା ପ୍ରସଙ୍ଗ, ଉତ୍ତର ରଖିଲା ବିସିସିଆଇ - କ୍ରିକେଟର ଇରଫାନ ପଠାନ

ଭାରତୀୟ ଖେଳାଳିଙ୍କୁ ବିଦେଶୀ ଟି-20 ଲିଗରେ ଖେଳିବାକୁ ବିସିସିଆଇ ଅନୁମତି ଦେବା ଉଚିତ । ଏମିତି କିଛି ମତ ରଖିଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ଓ ସୁରେଶ ରୈନା । ଉତ୍ତରରେ ଭାରତୀୟ କ୍ରିକେଟର ସ୍ବତନ୍ତ୍ର ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

Exclusivity is key: BCCI official on Indians playing T20 league
ବିଦେଶୀ ଟି-20 ଲିଗରେ ଭାରତୀୟ କ୍ରିକେଟର ଖେଳିବା ପ୍ରସଙ୍ଗ, ଏମିତି କହିଲା ବିସିସିଆଇ

By

Published : May 11, 2020, 3:41 PM IST

ନୂଆଦିଲ୍ଲୀ: ଭାରତୀୟ ଖେଳାଳିଙ୍କୁ ବିଦେଶୀ ଟି-20 ଲିଗରେ ଖେଳିବାକୁ ବିସିସିଆଇ ଅନୁମତି ଦେବା ଉଚିତ । ଏମିତି କିଛି ମତ ରଖିଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ଓ ସୁରେଶ ରୈନା । ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ନଥିବା ଖେଳାଳିଙ୍କୁ ବିଦେଶରେ ଟି-20 ଖେଳିବାକୁ ଅନୁମତି ମିଳୁ ବୋଲି ଉଭୟ କ୍ରିକେଟର କହିଥିଲେ ।

ତେବେ ଏହାର ଦିନକ ପରେ ବିସିସିଆଇ ପକ୍ଷରୁ ପ୍ରତିକ୍ରିୟା ରଖିଛି । ଭାରତୀୟ କ୍ରିକେଟର ସ୍ବତନ୍ତ୍ର । ଏହାହିଁ ବିସିସିଆଇର ଲକ୍ଷ୍ୟ ରହିଛି । ସେଥିପାଇଁ ବିଦେଶୀ ଟି-20 ଖେଳିବାକୁ ଭାରତୀୟ ଖେଳାଳିଙ୍କୁ ବାରଣ କରାଯାଇଛି । ନିଲାମ ପ୍ରକ୍ରିୟାରେ ଚୁକ୍ତିରେ ସାମିଲ ନଥିବା ଖେଳାଳି ମଧ୍ୟ ଉପଯୁକ୍ତ ମୂଲ୍ୟରେ ସାମିଲ ହୋଇପାରିବେ ।

2018 ପରେ ସୁରେଶ ରୈନା ଭାରତୀୟ ଦଳରୁ ବାଦ ପଡିଥିବାବେଳେ, ଇରଫାନ ପଠାନ ଚଳିତ ବର୍ଷ ଆରମ୍ଭରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଜାମ୍ମୁ କାଶ୍ମୀର କ୍ରିକେଟ ଟିମର କୋଚ ଭାବେ କାର୍ଯ୍ୟ କରୁଛନ୍ତି ପଠାନ । ତେବେ ପ୍ରାୟା 3ଟି ବିଦେଶୀ ଲିଗରୁ ତାଙ୍କୁ ଅଫର ମିଳିଥିଲା ବୋଲି ପଠାନ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details