ହାଇଦ୍ରାବାଦ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଟିମରେ ରୋହିତ ଶର୍ମା ସାମିଲ ହେବାପରେ ଶକ୍ତିଶାଳୀ ହୋଇଛି ଭାରତର ବ୍ୟାଟିଂ ବିଭାଗ । ସିଡନୀରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ପୂର୍ବରୁ ଟିମରେ ସାମିଲ ହୋଇଛନ୍ତି ରୋହିତ । ଫଳରେ ସିଡନୀ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଠାରୁ ଭାରତର ପଲ୍ଲା ଭାରୀ ରହିଛି କହିଛନ୍ତି ରୋହିତଙ୍କ ପିଲାଦିନର କୋଚ ଦିନେଶ ଲାଡ ।
ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କୋଚ ଦିନେଶ, ରୋହିତଙ୍କୁ ଅନେକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ରୋହିତ ବ୍ୟାଟିଂ ଶୈଳୀରେ ଅନେକ ଉନ୍ନତି କରିଛନ୍ତି, ମାତ୍ର ଆଗାମୀ ଟେଷ୍ଟରେ କଙ୍ଗାରୁ ଦଳର କେଉଁ ବୋଲରଙ୍କ ବିପକ୍ଷରେ ରୋହିତଙ୍କୁ ସତର୍କ ରହିବାକୁ ହେବା ବୋଲି ମଧ୍ୟ ଖୁଲାସା କରିଛନ୍ତି ।
ପ୍ରଶ୍ନ: ତୃତୀୟ ଟେଷ୍ଟରେ ଭାରତର ସ୍ଥିତି ନେଇ ଆପଣଙ୍କ ମତ ରଖିବେ ?
ଉ.ତୃତୀୟ ଟେଷ୍ଟରେ ସକରାତ୍ମକ ମତ ନିଶ୍ଚିନ୍ତ ରହିଛି । କାରଣ ପ୍ରଥମ ମ୍ୟାଚରେ 36 ରନରେ ଅଲଆଉଟ ପରେ ଯେପରି ଭାରତୀୟ ଟିମ କମବ୍ୟାକ କରିବ ସହ ବିଜୟୀ ପ୍ରଦର୍ଶନ କରିଛି, ବାସ୍ତବରେ ପ୍ରଶଂସାର ପାତ୍ର । ଅଷ୍ଟ୍ରେଲିଆର ବ୍ୟାଟିଂ ବିଭାଗ ଗତ ଦୁଇଟି ମ୍ୟାଚରେ ସଫଳ ହୋଇନାହିଁ । ଏହା ବୟାନ କରୁଛି ଭାରତୀୟ ବୋଲରଙ୍କ ଘାତକ ପ୍ରଦର୍ଶନ । ଅନ୍ୟପଟେ ରୋହିତ ସ୍କ୍ବାଡରେ ସାମିଲ ହେବାପରେ ଭାରତ ଅଧିକ ଶକ୍ତିଶାଳୀ ହୋଇଛି । ବୋଲିଂରେ ଉମେଶ ଯାଦବ ଆହତ ହେବାପରେ ସାଇନି ଓ ଶାର୍ଦ୍ଦୁଳ ସ୍ଥାନ ପୂରଣ କରିବାକୁ ପ୍ରସ୍ତୁତ । ତେବେ ଅଷ୍ଟ୍ରେଲିଆ ନିଶ୍ଚୟ ଚାପରେ ରହିଥିବ ।
ପ୍ରଶ୍ନ: ସିରିଜରେ ଏଯାବତ ଭାରତୀୟ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ ସଫଳ ହୋଇନାହାନ୍ତି । ପୃଥ୍ବୀ ଶଙ୍କ ଦୁର୍ବଳତା ପ୍ରତିପକ୍ଷ ବୋଲରଙ୍କୁ ସୁହାଇଥିବାବେଳେ, ମୟଙ୍କ ସଂଘର୍ଷ କରୁଥିବାର ଦେଖାଯାଇଛି । ଅନ୍ୟପଟେ ଶୁଭମନ ଗିଲ୍ ଭଲ ପ୍ରଦର୍ଶନ କରିଛନ୍ତି । ତେବେ ରୋହିତ ଶର୍ମା ଯଦି ଖେଳନ୍ତି, ଆପଣଙ୍କ ଅନୁସାରେ ବ୍ୟାଟିଂକ୍ରମରେ କେଉଁସ୍ଥାନରେ ଖେଳିବା ଉଚିତ ?
ଉ. ମୁଁ ଭାବୁଛି ସେ ଓପନିଂ କରିବା ଉଚିତ । ନିଶ୍ଚିନ୍ତ ଯେ, ଟିମ ମ୍ୟାନେଜମେଣ୍ଟ ମଧ୍ୟ ସମାନ ଦିଗରେ ଚିନ୍ତା କରୁଥିବେ । ଦକ୍ଷିଣ ଆଫ୍ରିକାରେ ସମାନ ସ୍ଥାନରେ ସେ ଚମତ୍କାର ବ୍ୟାଟିଂ କରିଥିଲେ । ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକାଧିକବାର ଦମଦାର ପ୍ରଦର୍ଶନ କରିଛନ୍ତି ରୋହିତ । ଅନ୍ୟପଟେ ଶୁଭମନ ଭଲ ଖେଳିଛନ୍ତି । ମୁଁ ଭାବୁଛି ତୃତୀୟ ଟେଷ୍ଟରେ ମୟଙ୍କଙ୍କ ସ୍ଥାନରେ ରୋହିତ ଖେଳିବେ ।
ପ୍ରଶ୍ନ: ରୋହିତ ବିଦେଶରେ ଦୀର୍ଘଦିନ ହେଲା ଖେଳିନାହାନ୍ତି, ହୁଏତ ସଫଳ ହୋଇ ନପାରନ୍ତି, ସେ ଅଧିକାଂଶ ରନ ଭାରତରେ ଫ୍ଲାଟ ପିଚରେ ବନାଇଛନ୍ତି । ଆପଣଙ୍କ ମତ କଣ ?