ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକାକୁ କୋଭିଡ ଭ୍ୟାକ୍ସିନ ପଠାଇବାକୁ ନେଇ ଭାରତକୁ ଧନ୍ୟବାଦ ଦେଇଥିଲେ ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ। ଭାରତ ପ୍ରତି କେଭିନ ପିଟରସନଙ୍କ ଭଲ ପାଇବା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରିଛନ୍ତି।
ଦକ୍ଷିଣ ଆଫ୍ରିକାରେ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିର ରଖି ଭାରତ ପକ୍ଷରୁ ଦକ୍ଷିଣ ଆଫ୍ରିକାକୁ କୋରୋନା ଭ୍ୟାକ୍ସିନ ପଠାଯାଇଥିଲା। ଏନେଇ ଭାରତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି ସୂଚନା ଦେଇଥିଲେ।
ଏହାପରେ କେଭିନ ପିଟରସନ ଟ୍ବିଟ କରି ଲେଖିଥିଲେ ଯେ,"ଭାରତର ଉଦାରତା ଏବଂ ଦୟା ଦିନକୁ ଦିନ ବୃଦ୍ଧି ପାଇଛି। ସ୍ନେହ ଓ ଭଲ ପାଇବାର ଦେଶ ହେଉଛି ଭାରତ। ମୋ ପ୍ରିୟ ଦେଶ।"