ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ପ୍ରଥମ ଟି20 ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବାର ଥିଲା । ତେବେ ପ୍ରଦୂଷଣ ମାତ୍ରାକୁ ଦେଖି ବିସିସିଆଇ ଏହି ମ୍ୟାଚକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସମ୍ଭାବନା ସୃଷ୍ଟି ହୋଇଛି।
ଦିଲ୍ଲୀରେ ପ୍ରଦୂଷଣ, ଅରୁଣ ଜେଟଲି ଷ୍ଟାଡିୟମ ମ୍ୟାଚ ସ୍ଥାନାନ୍ତର ସମ୍ଭାବନା - ଭାରତ-ବାଂଲାଦେଶ ଟି20 ସ୍ଥାନାନ୍ତର
ଦିଲ୍ଲୀର ପ୍ରଦୂଷଣ ମାତ୍ରାକୁ ଦେଖି ଭାରତ-ବାଂଲାଦେଶ ପ୍ରଥମ ଟି20 ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦିଲ୍ଲୀର ପରିବେଶବିତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖିଛନ୍ତି।

ଅରୁଣ ଜେଟଲି ଷ୍ଟାଡିୟମ
ଦିଲ୍ଲୀର କିଛି ପରିବେଶବିତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏନେଇ ଚିଠି ଲେଖିଛନ୍ତି । ମ୍ୟାଚ ଦିଲ୍ଲୀରେ ନକରିବାକୁ ପରିବେଶବିତ ଚିଠିରେ ଉଲ୍ଲେଖ କରିଛନ୍ତି ।
ନିକଟରେ ଦୀପାବଳିରେ ଦିଲ୍ଲୀର ବାୟୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ଏପରି ସ୍ଥିତିରେ 3ରୁ 4ଘଣ୍ଟା ମୁକ୍ତବାୟୁ ଗ୍ରହଣ କରିବା ଶରୀର ପାଇଁ କ୍ଷତିକାରକ ହୋଇପାରେ । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ମ୍ୟାଚରେ ପ୍ରଦୂଷଣ କୌଣସି ପ୍ରଭାବ ପକାଇବା ନାହିଁ ବୋଲି କହିଥିଲେ । ତେବେ ଏନେଇ ବିସିସିଆଇ ଏହି ମ୍ୟାଚକୁ ଇନ୍ଦୋରରେ କରିବାକୁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି।