ଲଣ୍ଡନ: ରୋମାଞ୍ଚକ ସ୍ଥିତିରେ ଲର୍ଡ୍ସ ଟେଷ୍ଟ । ପ୍ରଥମ ପାଳିରେ 85 ରନରେ ଅଲଆଉଟ ପରେ 2ୟ ପାଳିରେ ମଧ୍ୟ ଦମଦାର ପ୍ରଦର୍ଶନ କରି ପାରିନି ବିଶ୍ବବିଜେତା ଇଂଲଣ୍ଡ । ପଦାର୍ପଣ ଟେଷ୍ଟ ଖେଳୁଥିବା ଅତିଥି ଆର୍ୟଲ୍ୟାଣ୍ଡ ପାଇଁ ଏହି ଏକମାତ୍ର ଟେଷ୍ଟକୁ ବିଜୟ ପାଇଁ 182ରନ ଆବଶ୍ୟକ ରହିଛି । ତେବେ 3ୟ ଦିନ ଖେଳ ଜାରି ରହିଛି ।
ରୋମାଞ୍ଚକ ସ୍ଥିତିରେ ଲର୍ଡ୍ସ ଟେଷ୍ଟ - lords test
ରୋମାଞ୍ଚକ ସ୍ଥିତିରେ ଲର୍ଡ୍ସ ଟେଷ୍ଟ । ପ୍ରଥମ ପାଳିରେ ଘରୋଇ ଇଂଲଣ୍ଡର ବିପର୍ଯ୍ୟୟ ପରେ, 2ୟ ପାଳିରେ ଆର୍ୟଲ୍ୟାଣ୍ଡ ସଂକଟରେ ।
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ-ଆର୍ୟଲ୍ୟାଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚରେ ପ୍ରଥମ ଦିନରେ ମାତ୍ର 23.4 ଓଭରରେ 85 ଅଲଆଉଟ ହୋଇଯାଇଥିଲା ଘରୋଇ ଦଳ । ତେବେ ଜବାବରେ ଅତିଥି ଆର୍ୟଲ୍ୟାଣ୍ଡ ତାର ପ୍ରଥମ ପାଳିରେ 207ରନ କରି ପାରିଥିଲା ।
ତେବେ ଇଂଲଣ୍ଡର 2ୟ ପାଳିରେ 303 ରନ କରି ପାରିଥିଲା । ଓପନର ଜ୍ୟାକ୍ ଲିଚ୍ 92ରନ ଓ ଜସନ ରୟ 72ରନ କରିଥିଲେ । ତାଙ୍କ ବ୍ୟତିତ ଅଧିନାୟକ ଜୋ ରୁଟ୍ 31ରନ ଓ ସାମ କୁରନ 37ରନ କରି ଆଉଟ ହୋଇଥିଲେ ।