ଓଡିଶା

odisha

ETV Bharat / sports

ଇଂଲଣ୍ଡ-ଆୟରଲ୍ୟାଣ୍ଡ ଏକମାତ୍ର ଟେଷ୍ଟ ଜିତିଲା ଇଂଲଣ୍ଡ - ଇଂଲଣ୍ଡ

ଆୟରଲ୍ୟାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟକୁ 143 ରନରେ ଜିତି ନେଇଛି ଘରୋଇ ଦଳ । ତୃତୀୟ ଦିନରେ ମାତ୍ର 15.4 ଓଭରର ବୋଲିଂ କରିଥିବା ଇଂଲଣ୍ଡ ଦଳ ପକ୍ଷରୁ 6 ୱିକେଟ ଅକ୍ତିଆର କରିଛନ୍ତି କ୍ରିସ୍‌ ୱକ୍ସ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Jul 27, 2019, 3:02 AM IST

ଲଣ୍ଡନ: ଶେଷରେ ବାଜିମାତ୍‌ କଲା ବିଶ୍ବବିଜେତା । ପ୍ରଥମ ଦିନରେ ନୈରାଶ୍ୟ ଜନକ ବ୍ୟାଟିଂ ପ୍ରଦର୍ଶନ ପରେ ତୃତୀୟ ଦିନରେ ଆକ୍ରମଣାତ୍ମକ ରୂପ ଦେଖାଇଛି ଇଂଲଣ୍ଡ । ଆୟରଲ୍ୟାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟକୁ 143 ରନରେ ଜିତି ନେଇଛି ଘରୋଇ ଦଳ । ତୃତୀୟ ଦିନରେ ମାତ୍ର 15.4 ଓଭରର ବୋଲିଂ କରିଥିବା ଇଂଲଣ୍ଡ ଦଳ ପକ୍ଷରୁ 6 ୱିକେଟ ଅକ୍ତିଆର କରିଛନ୍ତି କ୍ରିସ୍‌ ୱକ୍ସ ।

ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ପ୍ରଥମ ଦିନରେ ମାତ୍ର 23.4 ଓଭରରେ 85 ଅଲଆଉଟ ହୋଇଯାଇଥିଲା ଘରୋଇ ଦଳ । ତେବେ ଜବାବରେ ଆୟରଲ୍ୟାଣ୍ଡ ତାର ପ୍ରଥମ ପାଳିରେ 207ରନ କରିପାରିଥିଲା । ସେହିପରି ଇଂଲଣ୍ଡର 2ୟ ପାଳିରେ 303 ରନ କରି 182ରନର ବିଜୟ ଲକ୍ଷ୍ୟ ରଖିଥିଲା ଅତିଥି ଆୟରଲ୍ୟାଣ୍ଡ ଆଗରେ । ଦଳ ପକ୍ଷରୁ ଓପନର ଜ୍ୟାକ୍‌ ଲିଚ୍‌ 92ରନ ଓ ଜସନ ରୟ 72ରନ କରିଥିଲେ । ତାଙ୍କ ବ୍ୟତୀତ ଅଧିନାୟକ ଜୋ ରୁଟ୍‌ 31ରନ ଓ ସାମ କୁରନ 37ରନ କରି ଆଉଟ ହୋଇଥିଲେ ।

ତେବେ ତୃତୀୟ ଦିନରେ ବ୍ୟାଟିଂ ଆରମ୍ଭ କରିଥିବା ଆୟରଲ୍ୟାଣ୍ଡ ଦିନ ଅଧା ହେବା ପୂର୍ବରୁ ମାତ୍ର 38ରନରେ ତାର ସମସ୍ତ ୱିକେଟ ହରାଇ ବସିଥିଲା । ଯାହାକି ଟେଷ୍ଟ କ୍ରିକେଟର ସର୍ବନିମ୍ନ ସ୍କୋର ହୋଇଛି । ଏହା ପୂର୍ବରୁ 1946ରେ ୱେଲିଂଟନରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ 42 ରନ୍ କରି ଅଲଆଉଟ୍ ହୋଇଥିଲା । ତେବେ ଅଢେଇ ଦିନରେ ଶେଷ ହୋଇଯାଇଥିବା ମ୍ୟାଚରେ ଆୟରଲ୍ୟାଣ୍ଡର ଜେମ୍ସ ମାକୋଲୋମ(11)ଙ୍କୁ ଛାଡି ଦେଲେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।

ABOUT THE AUTHOR

...view details