ବର୍ମିଂହାମ୍: ଷ୍ଟିଭେନ୍ ସ୍ମିଥ୍ (142) ଓ ମାଥ୍ୟୁ ୱେଡ୍ (110)ଙ୍କ ଶତକ ବଳରେ ଆସେସ ସିରିଜର ପ୍ରଥମ ମ୍ୟାଚକୁ ନିଜ ହାତ ମୁଠାରେ ରଖିଛି ଅତିଥି ଅଷ୍ଟ୍ରେଲିଆ । 4ର୍ଥ ଦିନରେ ନିଜର 2ୟ ଇଂନିସରେ 7 ୱିକେଟ ବିନିମୟରେ 487 ରନ କରି ପାଳି ଘୋଷଣା କରିଛି କଙ୍ଗାରୁ ଦଳ । ଫଳରେ ଇଂଲଣ୍ଡ ଆଗରେ 398 ରନର ଟାର୍ଗେଟ୍ ରହିଛି । ସୋମବାର ଯଦି ଘରୋଇ ଦଳ ଅଲଆଉଟ ହୋଇଯାଉଛି, ତେବେ ପ୍ରଥମ ମ୍ୟାଚ ଜିତିବ ଅଷ୍ଟ୍ରେଲିଆ ।
ଆସେସ ସିରିଜ: 487ରେ ଅଷ୍ଟ୍ରେଲିଆର ପାଳି ଘୋଷଣା, ଇଂଲଣ୍ଡକୁ 398 ରନର ଟାର୍ଗେଟ୍
4ର୍ଥ ଦିନରେ ନିଜର 2ୟ ଇଂନିସରେ 7 ୱିକେଟ ବିନିମୟରେ 487 ରନ କରି ପାଳି ଘୋଷଣା କରିଛି କଙ୍ଗାରୁ ଦଳ । ଫଳରେ ଇଂଲଣ୍ଡ ଆଗରେ 398 ରନର ଟାର୍ଗେଟ୍ ରହିଛି ।
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ତେବେ 2ୟ ଦିନ ଖେଳ ଶେଷ ସୁଦ୍ଧା 7 ଓଭର ଖେଳି ବିନା କୌଣସି ୱିକେଟ ହରାଇ 13 କରିଛି ଘରୋଇ ଇଂଲଣ୍ଡ । ଫଳରେ ଆସନ୍ତାକାଲି ପାଇଁ ଇଂଲଣ୍ଡକୁ ବିଜୟ ପାଇଁ 385 ରନ ଆବଶ୍ୟକ ରହିଛି ।
ରବିବାର ଅଷ୍ଟ୍ରେଲିଆ 124ରନରୁ ଖେଳ ଆରମ୍ଭ କରିଥିଲା । ତେବେ ଷ୍ଟିଭେନ୍ ସ୍ମିଥ୍ (142) ଓ ମାଥ୍ୟୁ ୱେଡ୍ (110)ଙ୍କ ବ୍ୟାତିତ ଉସମାନ ଖ୍ବାଜା 40 ଓ ଟ୍ରେଭିସ୍ ହେଡ୍ 51 ରନ କରିଛନ୍ତି । 2ୟ ବୋଲିଂ ପାଳିରେ ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ ସର୍ବାଧିକ 3ଟି ୱିକେଟ ନେଇଥିବା ବେଳେ ମୋଇନ ଅଲ୍ଲୀ 2ଟି ଓ ଷ୍ଟୁଆର୍ଟ ବ୍ରଡ ଏବଂ କ୍ରିସ ୱକ୍ସ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।