ଗାଲେ:ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବିଜୟ ଦ୍ବାରଦେଶରେ ରହିଛି ଇଂଲଣ୍ଡ । 4ର୍ଥ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ବିଜୟ ପାଇଁ 38 ରନ ଆବଶ୍ୟକ କରୁଛି ଜୋ ରୁଟଙ୍କ ଦଳ ।
ଶ୍ରୀଲଙ୍କା ପାଇଁ ପ୍ରଥମ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟ ସହ ମାତ୍ର 135 ରନ ମହଙ୍ଗ ହୋଇଛି । ଇଂଲଣ୍ଡ ପ୍ରଥମ ଇଂନିସରେ 421 ରନର ବିଶାଳ ସ୍କୋର କରିବା ପରେ ମ୍ୟାଚ ଇଂଲଣ୍ଡ ନିୟନ୍ତ୍ରଣକୁ ଚାଲିଯାଇଥିଲା । ପରେ ଘରୋଇ ଦଳ ଲଢୁଆ ପ୍ରଦର୍ଶନ କରିବା ସହ 359 ରନ ସଂଗ୍ରହ କରିଥିଲା ।