ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ ପରଷଦ(ଆଇସିସି)କୁ କୋରୋନା ଭୟ । ଭାରତରେ ମ୍ୟାଚ ବାତିଲ ହେବା ପରେ ଏବେ ଆଇସିସି ବାତିଲ କରିଛି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସିରିଜ । ଇଂଲଣ୍ଡର ଶ୍ରୀଲଙ୍କା ଗସ୍ତରେ ଥିବା ଦୁଇଟି ଟେଷ୍ଟ ମ୍ୟାଚ ବାତିଲ ହୋଇଯାଇଛି । ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ଓ ଆଇସିସି ପକ୍ଷରୁ ସୂଚନା ମିଳିଛି ।
କୋରୋନା ଭୟ: ଇଂଲଣ୍ଡ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ ବାତିଲ - England Test
ଇଂଲଣ୍ଡର ଶ୍ରୀଲଙ୍କା ଗସ୍ତରେ ଥିବା ଦୁଇଟି ଟେଷ୍ଟ ମ୍ୟାଚ ବାତିଲ ହୋଇଯାଇଛି । ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ଓ ଆଇସିସି ପକ୍ଷରୁ ସୂଚନା ମିଳିଛି ।
କୋରୋନା ଭୟ: ଇଂଲଣ୍ଡ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ ବାତିଲ
ସୂଚନାଥାଉ କି, ଆଗାମୀ 19 ତାରିଖ ଶ୍ରୀଲଙ୍କାର ଗାଲେଠାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବାକୁ ଥିଲାବେଳେ 2ୟ ମ୍ୟାଚ 27 ମାର୍ଚ୍ଚ କଲୋମ୍ବୋରେ ଖେଳାଯିବାର ଯୋଜନା ରହିଥିଲା । ବିଶ୍ବରେ ବ୍ୟାପୁଥିବା ମାରାତ୍ମକ କୋରୋନା ଭାଇରସ କାରାଣରୁ ଆମେ ଏହି ସିରିଜ ବାତିଲ କରୁଥିବା ନିଷ୍ପତି ନେଉଛୁ ବୋଲି କହିଛି ଇଂଲଣ୍ଡ କ୍ରିକେଟ ବୋର୍ଡ । ତେବେ ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସହ ଆଲୋଚନା ହୋଇଥିବା କହିଛି ଇସିବି ।