ଓଡିଶା

odisha

ETV Bharat / sports

ଇଂଲଣ୍ଡର ଟି20 କ୍ରିକେଟରେ ସବୁଠାରୁ ବଡ ବିଜୟ - T20 win

ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡାନ 4ଟି ୱିକେଟ ହାସଲ କରି ଇଣ୍ଡିଜ ବ୍ୟାଟିଂ ଲାଇନକୁ ଧ୍ବଂସବିଧ୍ବସ୍ତ କରିଥିଲେ । ତାଙ୍କ ଛଡା ଡେଭିଡ ୱିଲି, ଅଦିଲ ରସିଦ ଓ ଲିଆମ ପ୍ଲଙ୍କେଟ 2ଟି ଲେଖାଏଁ ୱିକେଟ ନେଇଥିଲେ ।

ଫାଇଲ ଫଟୋ

By

Published : Mar 9, 2019, 5:55 PM IST

ସେଣ୍ଟ କିଟ୍ସ ଏଣ୍ଡ ନେଭିସ: ଗତକାଲି ଏଠାରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ମଧ୍ୟରେ 2ୟ ଟି20 ଖେଳାଯାଇଥିବାବେଳେ ଏଥିରେ ବିଜୟ ହୋଇ ରେକର୍ଡ କରିଛି ଇଂଲଣ୍ଡ ଦଳ । ଏହି ବିଜୟ ସହ ଇଂଲଣ୍ଡ ଟି20 ଇତିହାସରେ ନିଜର ସବୁଠାରୁ ବଡ ବିଜୟ ପାଇଛି । ଏହାସହ ୱେଷ୍ଟଇଣ୍ଡିଜ ନିଜ ଟି20 ଇତିହାସରେ ସର୍ବନିମ୍ନ ସ୍କୋର କରିଛି ।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 182 ରନ କରିଥିଲା । ଏହାର ଜବାବରେ କାରବିୟାନ ଦଳ ମାତ୍ର 45 ରନରେ ଅଲଆଉଟ ହୋଇଯାଇଥିଲା । ଏହା ହେଉଛି ଟି20 କ୍ରିକେଟରେ ୱେଷ୍ଟଇଣ୍ଡିଜର ସବୁଠାରୁ ସର୍ବନିମ୍ନ ସ୍କୋର । ଏହିକ୍ରମରେ ଦଳ ପୂର୍ବରୁ ନିଜ ନାମରେ ଥିବା ରେକର୍ଡ ଭାଙ୍ଗିଛି । ଗତବର୍ଷ ପାକିସ୍ତାନ ବିରୋଧରେ 60 ରନରେ ଅଲଆଉଟ ହୋଇ ସବୁଠାରୁ ଲୋ ସ୍କୋରର ରେକର୍ଡ କରିଥିଲା ୱେଷ୍ଟଇଣ୍ଡିଜ ଟିମ ।

ତେବେ 137 ରନରେ ବିଜୟ ହୋଇ ଇଂଲଣ୍ଡ ଏହି ଫର୍ମାଟରେ ସବୁଠାରୁ ବଡ ବିଜୟ ହାସଲ କରିଛି । ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡାନ 4ଟି ୱିକେଟ ହାସଲ କରି ଇଣ୍ଡିଜ ବ୍ୟାଟିଂ ଲାଇନକୁ ଧ୍ବଂସବିଧ୍ବସ୍ତ କରିଥିଲେ । ତାଙ୍କ ଛଡା ଡେଭିଡ ୱିଲି, ଅଦିଲ ରସିଦ ଓ ଲିଆମ ପ୍ଲଙ୍କେଟ 2ଟି ଲେଖାଏଁ ୱିକେଟ ନେଇଥିଲେ । ତେବେ ପ୍ରଥମେ ବ୍ୟାଟିଂ କରି ସାମ ବିଲିଙ୍ଗସଙ୍କ 87 ଏବଂ ରୁଟଙ୍କ 55 ରନ ସହାୟତାରେ ଇଂଲଣ୍ଡ 182 ରନ କରିଥିଲା ।

ରବିବାର ସମାନ ଭେନ୍ୟୁରେ ଉଭୟ ଦଳଙ୍କ ମଧ୍ୟରେ ଶେଷ ତଥା ତୃତୀୟ ଟି20 ଖେଳାଯିବ ।

ABOUT THE AUTHOR

...view details