ଓଡିଶା

odisha

ETV Bharat / sports

କେଭିନ ପିଟରସନ ଇଂଲଣ୍ଡ ଲିଜେଣ୍ଡସର ଅଧିନାୟକ - କେଭିନ ପିଟରସନ ଅଧିନାୟକ

ମାର୍ଚ୍ଚ 5 ତାରିଖରୁ ଆରମ୍ଭ ହେବ ରୋଡ ସେଫ୍ଟି ୱାର୍ଲଡ ସିରିଜ। ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ଲିଜେଣ୍ଡସର ଅଧିନାୟିକତ୍ବ ଭାର ସମ୍ଭାଳିବେ ପୂର୍ବତନ କ୍ରିକେଟର କେଭିନ ପିଟରସନ। ଅଧିକ ପଢ଼ନ୍ତୁ...

england legends will play under kevin petersen captaincy in road safety world series
କେଭିନ ପିଟରସନ ଇଂଲଣ୍ଡ ଲିଜେଣ୍ଡସର ଅଧିନାୟକ

By

Published : Feb 26, 2021, 8:32 PM IST

ମୁମ୍ବାଇ: ମାର୍ଚ୍ଚ 5 ତାରିଖରୁ ଆରମ୍ଭ ହେବ ରୋଡ ସେଫ୍ଟି ୱାର୍ଲଡ ସିରିଜ। ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ଲିଜେଣ୍ଡସର ଅଧିନାୟିକତ୍ବ ଭାର ସମ୍ଭାଳିବେ ପୂର୍ବତନ କ୍ରିକେଟର କେଭିନ ପିଟରସନ। ଖୁବଶୀଘ୍ର ଇଂଲଣ୍ଡ ଦଳ ରାୟପୁରରେ ପହଞ୍ଚି ଏହି ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିବ। ଇଂଲଣ୍ଡ ଦଳରେ ମାଥ୍ୟୁ ହୋଗାର୍ଡ, ଓବେଶ ଶାହ, ମଣ୍ଟି ପାନେସର ଓ ନିକ କ୍ରମ୍ପଟନ ଭଳି ଖେଳାଳି ସାମିଲ ରହିଛନ୍ତି।

ମାର୍ଚ୍ଚ 5 ତାରିଖରୁ ଏହି ସିରିଜ ଆରମ୍ଭ ହୋଇ ମାର୍ଚ୍ଚ 21 ତାରିଖ ଯାଏଁ ଚାଲିବ। ସିରିଜ ସମସ୍ତ ମ୍ୟାଚ ଛତିଶଗଡ଼ ରାଜଧାନୀ ରାୟପୁରସ୍ଥିତ ଶହୀଦ ବୀର ନାରାୟଣ ସିଂହ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜରେ ବାଂଲାଦେଶ ଲିଜେଣ୍ଡର ଅଧିନାୟକ ଦାୟିତ୍ବ ଖାଲିଦ ମାହମୁଦଙ୍କୁ ଦିଆଯାଇଛି।

ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ଆଣିବା ଲକ୍ଷ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ଦେଶରେ କ୍ରିକେଟ ସବୁଠାରୁ ଲୋକ ପ୍ରିୟ ଖେଳ। ଏହାଦ୍ବାରା ଲୋକଙ୍କ ପାଖରେ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ଆୟୋଜକ। ଗତବର୍ଷ ମାର୍ଚ୍ଚ ମାସରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା। ତେବେ କୋରୋନା ମହାମାରୀ ଯୋଗୁଁ ଏହାକୁ ଅଧାରୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର ଏହି ଟୁର୍ଣ୍ଣାମେଣ୍ଟର କମିଶନର ରହିଥିବା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହାର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details