ହାଇଦ୍ରାବାଦ: ଇଂଲଣ୍ଡର ଷ୍ଟାର ବୋଲର ଜୋଫ୍ରା ଆର୍ଚର ଚଳିତ ଆଇପିଏଲରୁ ବାଦ୍ ପଡିଛନ୍ତି । ଗୁରୁବାର ଦିନ ଏହାର ସୂଚନା ଇଂଲଣ୍ଡ କ୍ରିକେଟ ବୋର୍ଡ ଦେଇଛି । ଆଇପିଏଲର ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା 24ବର୍ଷୀୟ ଆର୍ଚରଙ୍କ ଡାହଣ କହୁଣୀରେ ଫ୍ରେକ୍ଚର ହୋଇଛି । ଏହି କାରଣରୁ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜରୁ ବି ବାଦ୍ ପଡିଛନ୍ତି ଆର୍ଚର ।
IPL2020: ରଜାସ୍ଥାନ ରୟାଲ୍ସକୁ ଶକ୍ତ ଝଟକା, ଦ୍ରୁତ ବୋଲର ଜୋଫ୍ରା ଆର୍ଚର ପଡିଲେ ବାଦ୍ - jofra archer ruled out
ଆହତ ହୋଇ ଚଳିତ ଆଇପିଏଲ ସଂସ୍କରଣରୁ ବାଦ୍ ପଡିଲେ ଦ୍ରୁତ ବୋଲର ଜୋଫ୍ରା ଆର୍ଚର । ଆଇପିଏଲର ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା 24ବର୍ଷୀୟ ଆର୍ଚରଙ୍କ ଡାହଣ କହୁଣୀରେ ଆଘତ ଲାଗିଛି ।

jofra archer
ସୂଚନାଥାଉକି, ଦ.ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଆର୍ଚର ଏକ ମାତ୍ର ମୁକାବିଲା ଖେଳିଛନ୍ତି । ଏହାପରେ ସେ ଆହତ ହୋଇଥିଲେ ।
ଜୋଫ୍ରା ଆର୍ଚର ଗତ ସଂସ୍କରଣ ଆଇପିଏଲରେ ରାଜସ୍ଥାନ ପକ୍ଷରୁ 11ଟି ମ୍ୟାଚ ଖେଳି 11ଟି ଓ୍ବିକେଟ ଅକ୍ତିଆର କରିଥିଲେ । ସେହିପରି 2018 ଆଇପିଏଲ୍ରେ 10ଟି ମ୍ୟାଚରେ 15ଟି ଓ୍ବିକେଟ ନେଇଥିଲେ ।