ଚେନ୍ନାଇ: ଭାରତରେ ପହଞ୍ଚିଲା ଇଂଲଣ୍ଡ କ୍ରିକେଟ ଟିମ । ବୁଧବାର ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିଛି ଇଂଲଣ୍ଡ କ୍ରିକେଟ ଟିମ ଓ ସପୋର୍ଟ ଷ୍ଟାଫ । ଆସନ୍ତା ଫେବୃୟାରୀ 5ରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ ।
କୋରୋନା ମହାମାରୀ ପରେ ଭାରତରେ ଫେରିବ କ୍ରିକେଟ । ବିଶ୍ବର ପ୍ରଥମ ଦଳ ଭାବରେ ଇଂଲଣ୍ଡ କ୍ରିକେଟ ଦଳ ଭାରତ ଗସ୍ତ କରିଛି । ଆସନ୍ତା ଦୁଇ ମାସ ମଧ୍ୟରେ ଭାରତ ସହ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ଟେଷ୍ଟ ସିରିଜ,20 ଟ୍ବେଣ୍ଟି ସହ ଦିନିକିଆ ସିରିଜ ଖେଳାଯିବ । ପ୍ରଥମେ ଇଂଲଣ୍ଡ କ୍ରିକେଟ ଦଳ ଭାରତୀୟ କ୍ରିକେଟ ଟିମ ସହ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଜୋ ରୁଟଙ୍କ ନେତୃତ୍ବରେ ଆସିଥିବା ଇଂଲଣ୍ଡ କ୍ରିକେଟ ଆସନ୍ତା 6 ଦିନ ପାଇଁ କ୍ବାରେଣ୍ଟାଇନରେ ରହିବେ । ସମସ୍ତଙ୍କୁ କୋରୋନା କଟକଣା ମଧ୍ୟରେ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ , ରୋରି ବ୍ରର୍ଣ୍ଣସ ସହ ଜଫ୍ରା ଆର୍ଚେର ସୋମବାର ଚେନ୍ନାଇରେ ପହଞ୍ଚି ଏବଂ କ୍ବାରେଣ୍ଟାଇନରେ ରହିଛନ୍ତି ।