ଲଣ୍ଡନ: ମହାମାରୀ କୋରୋନା ଭାଇରସ ଯୋଗୁଁ ଏକାଧିକ କ୍ରିକେଟ ସିରିଜ ପ୍ରଭାବିତ ହୋଇଛି । ବାତିଲ ହୋଇପାରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ । ଉଭୟ କ୍ରିକେଟ ବୋର୍ଡ ମଧ୍ୟରେ ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକର ଅନୁଷ୍ଠିତ ହୋଇଥିଲା ।
କୋରୋନା ଭାଇରସ: ବାତିଲ ହୋଇପାରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ - ଇଂଲଣ୍ଡ କ୍ରିକେଟ ବୋର୍ଡ
ମହାମାରୀ କୋରୋନା ଭାଇରସ ଯୋଗୁଁ ଏକାଧିକ କ୍ରିକେଟ ସିରିଜ ପ୍ରଭାବିତ ହୋଇଛି । ବାତିଲ ହୋଇପାରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ । ଉଭୟ କ୍ରିକେଟ ବୋର୍ଡ ମଧ୍ୟରେ ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକର ଅନୁଷ୍ଠିତ ହୋଇଥିଲା ।
ବୈଠକରେ ସଫଳ ସହ ନିଷ୍ପତି ନେଇ ସକରାତ୍ମକ ସହମତି ହୋଇଥିବା ଜଣାପଡିଛି । ବୈଠକରେ ଇଂଲଣ୍ଡର ଟେଷ୍ଟ କ୍ୟାପଟେନ ଜୋ ରୁଟ ଓ କୋଚ କ୍ରିସ ସିଲଭରଉଡ ଉପସ୍ଥିତ ଥିଲେ । ଅନ୍ୟପଟେ ୱେଷ୍ଟଇଣ୍ଡିଜ ପକ୍ଷରୁ ଟେଷ୍ଟ କ୍ୟାପଟେନ ଜେସନ ହୋଲ୍ଡର ଓ କୋଚ ଫିଲ ସିମନ୍ସ ସାମିଲ ହୋଇଥିଲେ ।
ୱେଷ୍ଟଇଣ୍ଡିଜ ଟିମ ଇଂଲଣ୍ଡ ଗସ୍ତରେ ଆସି, 3ଟିକିଆ ଟେଷ୍ଟ ମ୍ୟାଚ ଖେଳିବାର ସୂଚୀ ରହିଥିଲା । ତେବେ ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଜୁଲାଇ 1ମଧ୍ୟରେ ସମସ୍ତ ପ୍ରକାର କ୍ରିକେଟ ବାତିଲ ଘୋଷଣା ହୋଇଛି । ଫଳରେ ଏହି ଟେଷ୍ଟ ସିରିଜର ସମୟସୂଚୀ ପରିବର୍ତ୍ତନ କିମ୍ବା ବାତିଲ ଆଶଙ୍କା ବଢିଯାଇଛି ।