ଓଡିଶା

odisha

ETV Bharat / sports

ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ: ସିରିଜ ବରାବର କଲା ଇଂଲଣ୍ଡ - ସିରିଜ ବରାବର କଲା ଇଂଲଣ୍ଡ

ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ 24 ରନରେ ହରାଇ ଦିନିକିଆ ସିରିଜକୁ 1-1ରେ ବରାବର କଲା ଆୟୋଜକ ଇଂଲଣ୍ଡ । ବୁଧବାର ହେବ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ । ଅଧିକ ପଢ଼ନ୍ତୁ...

England beat Australia by 24 runs,  England vs Australia,  England vs Australia 2nd oneday,  England level series, ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ, ସିରିଜ ବରାବର କଲା ଇଂଲଣ୍ଡ, ଷ୍ଟ୍ରେଲିଆକୁ 24 ରନରେ ହରାଇଲା ଇଂଲଣ୍ଡ
ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ: ସିରିଜ ବରାବର କଲା ଇଂଲଣ୍ଡ

By

Published : Sep 14, 2020, 11:53 AM IST

ମଞ୍ଚେଷ୍ଟର: ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆରେ କଙ୍ଗାରୁ ଦଳର ବ୍ୟାଟିଂ ବିପର୍ଯ୍ୟୟ ଇଂଲଣ୍ଡକୁ 24 ରନର ବିଜୟ ଦେବାରେ ସହାୟକ ହୋଇଛି । ଓଲ୍ଡ ଟ୍ରାଫଡରେ ଚାଲିଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆର ନାଟକୀୟ ଢଙ୍ଗରେ ମାତ୍ର ତିନି ରନରେ 4 ୱିକେଟର ପତନ ହୋଇଥିଲା ।

232 ରନ ଲକ୍ଷ୍ୟକୁ ପିଛା କରି ପଡିଆକୁ ଓହ୍ଲାଇଥିବା ଭ୍ରମଣକାରୀ ଦଳ 49 ତମ ଓଭରରେ ମାତ୍ର 207 ରନ କରି ଅଲ ଆଉଟ ହୋଇଥିଲା । ଯାହାର ଫଳସ୍ବରୂପ ଇଂଲଣ୍ଡ ମ୍ୟାଚ ଜିତିବା ସହ ଚାଲିଥିବା ଆଇସିସି ବିଶ୍ବକପ ସୁପର ଲିଗର ଶୀର୍ଷ ସ୍ଥାନ ହାସଲ କରିଛି ।​ ବୁଧବାର ଉଭୟ ଟିମ ସମାନ ଭେନ୍ୟୁରେ ଶେଷ ତଥା ନିର୍ଣ୍ଣାୟକ ଦିନିକିଆ ଖେଳେବେ ।

ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଇଂଲଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା । 7 ଓଭରରେ ହିଁ ଓପନର ଜନି ବୈରଷ୍ଟୋ ଏବଂ ଜେସନ ରଏ ଡ୍ରେସିଂ ରୁମକୁ ଫେରିଥିଲେ।

ଜୋ ରୁଟ ଓ ଇଅନ ମର୍ଗାନ ଇଂଲଣ୍ଡ ପାଳି ସମ୍ଭାଳିଥିଲେ । ଇଂଲଣ୍ଡର ସ୍ଥିତି ଅଳ୍ପ ସୁଧୁରିବା ବେଳେ ଅଷ୍ଟ୍ରେଲିଆ ଲେଗ ସ୍ପିନର ଆଡାମ ଜାମ୍ପା 39 ରନରେ ରୁଟଙ୍କୁ ପଭିଲିୟନର ରାସ୍ତା ଦେଖାଇଥିଲେ ।

ଏହା ପରେ ଆୟୋଜକ ଦଳ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ସ୍କୋର ବୋର୍ଡରେ ମାତ୍ର 149/8 ରନ ଲଗାଇ ପାରିଥିଲେ । ତେବେ ଟିମ କୁରାନ ଏବଂ ଆଦିଲ ରସିଦ ଏହା ପରେ ନିଜ ଟିମ ପାଇଁ 76 ରନର ଭାଗିଦାରୀ କରିଥିଲେ, ଯାହାପରେ କୁରାନ ମଧ୍ୟ 37 ରନ କରି ଆଉଟ ହୋଇଥିଲେ । ରସିଦ 26 ବଲରୁ 35 ରନ କରି ଅପରାଜିତ ରହିଥିବାବେଳେ ଟିମର ସ୍କୋର ନିର୍ଦ୍ଧାରିତ 50 ଓଭରରେ 231/9କୁ ପହଁଞ୍ଚାଇଥିଲେ ।

ଅଷ୍ଟ୍ରେଲିଆର ଆରମ୍ଭ ଭଲ ହୋଇନଥିଲା କାରଣ ସେମାନେ ଶୀଘ୍ର ଡେଭିଡ ୱାର୍ଣ୍ଣର ଏବଂ ମାର୍କସ ଷ୍ଟୋଇନିସଙ୍କ ୱିକେଟ ଜୋଫ୍ରା ଆର୍ଚରଙ୍କୁ ଦେଇବସିଥିଲେ । ଅବଶ୍ୟ, ଆରୋନ୍ ଫିଞ୍ଚ ଏବଂ ମାର୍ନସ ଲାବୁସାଗ୍ନେ ଦୃଢ଼ ଭାବରେ ଅଷ୍ଟ୍ରେଲିଆର ପାଳି ସମ୍ଭାଳିଥିଲେ ଏବଂ ଟିମ ପାଇଁ 107ର ଭାଗିଦାରୀ କରିଥିଲେ ।

20 ବଲରେ 89 ରନ ହାସଲ କରି ବିଜୟ ଆଡ଼କୁ ଗତି କରିବା ସମୟରେ ହିଁ ନାଟକୀୟ ଭାବରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳର ୱିକେଟ ପତନ ହୋଇଥିଲା । କ୍ରିଶ ୱୋକ୍ସ ଓ ଆର୍ଚର ଲାବୁସ୍ନାଗେ, ମିଚେଲ ମାର୍ସ, ଫିଞ୍ଚ ଓ ଗ୍ଲେନ ମେକ୍ସୱେଲଙ୍କୁ ଆଉଟ କରି ନିଜ ଦଳକୁ ବିଜୟୀ କରାଇଥିଲେ ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ 231/9 (ମର୍ଗାନ 42, ରୁଟ 39, ଜାମ୍ପା- 3/36)

ଅଷ୍ଟ୍ରେଲିଆ: 207 ଅଲ ଆଉଟ (ଫିଞ୍ଚ 73, ଲାବୁସ୍ନାଗେ 48, ୱୋକ୍ସ 3/32) ।

@IANS

ABOUT THE AUTHOR

...view details