ଓଡିଶା

odisha

ETV Bharat / sports

ଆରପାରିରେ ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଡେଭିଡ କେପଲ

ଇଂଲଣ୍ଡ ପାଇଁ 1987ରୁ 1990 ଯାଏଁ 15ଟି ଟେଷ୍ଟ ଓ 23ଟି ଦିନିକିଆ ମ୍ୟାଚ ଖେଳିଥିବା ଅଲରାଉଣ୍ଡର ଡେଭିଡ କେପଲଙ୍କ ଦେହାନ୍ତ ।

ଆରପାରିରେ  ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଡେଭିଡ କେପଲ
ଆରପାରିରେ ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଡେଭିଡ କେପଲ

By

Published : Sep 3, 2020, 7:30 AM IST

Updated : Sep 3, 2020, 9:10 AM IST

ନର୍ଥମ୍ପଟନ: ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଡେଭିଡ କେପଲଙ୍କ ଦେହାନ୍ତ । ଦୀର୍ଘ ଦିନ ହେବ ଖେଳାଳି ଜଣକ ଅସୁସ୍ଥ ଥିଲେ । ଶେଷ ନିଶ୍ବାସ ତ୍ୟାଗ ବେଳକୁ ତାଙ୍କୁ 57ବର୍ଷ ହୋଇଥିଲା ।

ଇଂଲଣ୍ଡ ପାଇଁ ସେ 1987ରୁ 1990 ଯାଏଁ 15ଟି ଟେଷ୍ଟ ଓ 23ଟି ଦିନିକିଆ ମ୍ୟାଚ ଖେଳିଥିବା ଏହି ଖେଳାଳି 2018ରୁ ବ୍ରେନ ଟ୍ୟୁମରରେ ପୀଡିତ ଥିଲେ । ଇଂଲିଶ କାଉଣ୍ଟି ଟିମ ନର୍ଥମ୍ପଟନଶର ବୁଧବାର ସୂଚନା ଦେଇଛି ଯେ, ତାଙ୍କର ନିଧନ ତାଙ୍କ ଘରେ ହୋଇଛି । କେପଲ ଏହି କାଉଣ୍ଟି ଟିମର ଖେଳାଳି ଓ ପୁଣି କୋଚ ଭାବେ କ୍ରମାଗତ ଭାବେ 32ବର୍ଷ ହେଲା ଯୋଡି ହୋଇଥିଲେ ।

ଫଟୋ ସୌଜନ୍ୟ:ଟ୍ବିଟର@ECB_cricket

ତେବେ ଇଂଲଣ୍ଡ ଏବଂ ଓ୍ବେଲ୍ସ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଟମ ହୈରିସନ କହିଛନ୍ତି ଯେ, ଏହା ଇଂଲିଶ କ୍ରିକେଟ ପରିବାର ପାଇଁ ଦୁଃଖଦ ଖବର । ଡେଭିଡ ତାଙ୍କ ଯୁଗର ଶ୍ରେଷ୍ଠ ଅଲରାଉଣ୍ଡର ମାନଙ୍କ ମଧ୍ୟରେ ଜଣେ ଥିଲେ ।

ଫଟୋ ସୌଜନ୍ୟ:ଟ୍ବିଟର@ICC

କେପଲ 1981ରୁ 1998 ଯାଏଁ ନର୍ଥମ୍ପଟନଶର ପାଇଁ 270ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ଥିଲେ । କାଉଣ୍ଟିରେ ଜନ୍ମିତ ପ୍ରଥମ କ୍ରିକେଟର ଯିଏ କି ଇଂଲଣ୍ଡ ପାଇଁ ଟେଷ୍ଟ ମ୍ୟାଚ ଖେଳିଛନ୍ତି ଡେଭିଡ । 1987 ମସିହାରେ ପାକିସ୍ତାନ ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁ ମ୍ୟାଚ ଖେଳିଥିଲେ । ଟେଷ୍ଟ ଡେବ୍ୟୁର 3ମାସ ପୂର୍ବରୁ ଦିନିକିଆ କ୍ୟାରିଅରର ପ୍ରଥମ ମ୍ୟାଚ ଖେଳିଥିଲେ ।

Last Updated : Sep 3, 2020, 9:10 AM IST

ABOUT THE AUTHOR

...view details