ମାଞ୍ଚେଷ୍ଟର: ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଆରମ୍ଭରେ ବିଳମ୍ବ ହୋଇଛି । ଟସ ପୂର୍ବରୁ ବର୍ଷା ଯୋଗୁଁ ପଡିଆ ଓଦା ରହିଛି । ଫଳରେ ନିର୍ଧାରିତ ଟସ ସମୟରେ ବିଳମ୍ବ ହୋଇଛି ।
ସ୍ଥାନୀୟ ସମୟ 10.30 a.m ରେ ଟସର ସମୟ ଧାର୍ଯ୍ୟ ହୋଇଥିଲା । ତେବେ ସକାଳ ସମୟରେ ବର୍ଷା ଯୋଗୁଁ ପିଚରେ କଭଲ ହଟାଯାଇ ପାରିନଥିଲା।
ସାଉଥାମ୍ପଟନରେ ସମସ୍ତ ବିଭାଗରେ ଦମଦାର ପ୍ରଦର୍ଶନ ସହ ପ୍ରଥମ ଟେଷ୍ଟରେ ବିଜୟୀ ହୋଇଥିଲା ୱେଷ୍ଟଇଣ୍ଡିଜ । ତେବେ ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ଟିମକୁ ନିୟମିତ କ୍ୟାପଟେନ ଜୋ ରୁଟ ଫେରିଛନ୍ତି । ଫଳରେ ମାଞ୍ଚେଷ୍ଟରରେ ବିଜୟ ସହ ସିରିଜ ବରାବର ଲକ୍ଷ୍ୟରେ ରହିଛି ଘରୋଇ ଦଳ ।