ଓଡିଶା

odisha

ETV Bharat / sports

କୋରୋନା ଆକାନ୍ତ କ୍ରିକେଟରଙ୍କ ବିକଳ୍ପ ଖେଳାଳି ନେଇ ଆଲୋଚନା - କ୍ରିକେଟରେ ବିକଳ୍ପ ଖେଳାଳି ନିୟମ

କ୍ରିକେଟରେ ଲାଗୁ ହୋଇପାରେ ବିକଳ୍ପ ଖେଳାଳି ନିୟମ । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବିଚାର କରୁଥିବା ସୂଚନା ମିଳିଛି ।

Eng vs WI: ICC discussing COVID-19 substitutes, says ECB official
ଫୁଟବଲ ପରି କ୍ରିକେଟରେ ଲାଗୁ ହୋଇପାରେ ଏହି ନିୟମ

By

Published : Jun 5, 2020, 4:10 PM IST

ଲଣ୍ଡନ: କ୍ରିକେଟରେ ମଧ୍ୟ ବିକଳ୍ପ ଖେଳାଳିଙ୍କୁ ଅନୁମତି ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଚାର କରୁଛି । ଏନେଇ ସୂଚନା ଦେଇଛନ୍ତି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ନିର୍ଦ୍ଦେଶକ ଷ୍ଟିଭ ଏଲୱର୍ଦି।

ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ନେଇ ପ୍ରସ୍ତୁତ ହେଉଛନ୍ତି ଉଭୟ ଟିମ । ଏହି ସିରିଜର ଆରମ୍ଭ ସହ କୋରୋନା ଭାଇରସ ସଂକ୍ରମଣ ସତ୍ତ୍ବେ ଅନ୍ତର୍ଜାତୀୟ କ୍ରିକେଟର ଆରମ୍ଭ ହେବ । ତେବେ ମ୍ୟାଚ ସମୟରେ କୌଣସି ଖେଳାଳିଙ୍କ ରିପୋର୍ଟ କୋରୋନା ପଜିଟିଭ ଜଣାପଡିଲେ, ଉକ୍ତ ଖେଳାଳିଙ୍କ ବିକଳ୍ପ ଭାବେ ଅନ୍ୟଜଣଙ୍କୁ ଦଳରେ ସାମିଲ ପାଇଁ ଅନୁମତି ନେଇ ଆଇସିସି ବିଚାର କରୁଛି । ତେବେ ଦିନିକିଆ କିମ୍ବା ଟି-20 ନୁହେଁ କେବଳ ଟେଷ୍ଟ ମ୍ୟାଚ ପାଇଁ ନିୟମ ଲାଗୁ ହେବା ସମ୍ଭାବନା ରହିଛି ।

କ୍ରିକେଟରେ ଏହି ନିୟମ ପୂର୍ବରୁ ମଧ୍ୟ ରହିଛି । କୌଣସି ଖେଳାଳି ଅସୁସ୍ଥ କିମ୍ବା ଆହତ ହେଲେ, ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିକୁ ଅନୁମତି ରହିଛି । ମାତ୍ର ସେ ବ୍ୟାଟିଂ କିମ୍ବା ବୋଲି କରିବାକୁ ଅନୁମତି ନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details