ମାଞ୍ଚେଷ୍ଟର: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇଂନିସରେ 326 ରନରେ ସଂଗ୍ରହ କରିଛି ଭ୍ରମଣକାରୀ ଦଳ ।
ଦଳ ପକ୍ଷରୁ ସାନ ମାସୁଦ 319 ବଲରୁ 18 ଚୌକା ଓ 2 ଛକା ସହାୟତାରେ ସର୍ବାଧିକ 156 ରନର ଦମଦାର ଇଂନିସ ଖେଳିଛନ୍ତି । ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜାମ 69 ରନର ଅର୍ଦ୍ଧଶତକୀୟ ଇଂନିସ ଓ ସଦାବ ଖାନ 45 ରନର ଇଂନିସ ଖେଳିଛନ୍ତି । ଫଳରେ ପାକିସ୍ତାନ ପ୍ରଥମ ଇଂନିସରେ ସମ୍ମାନଜନକ ସ୍ଥିତିରେ ରହିଛି ।