ସାଉଥାମ୍ପଟନ: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ 3ୟ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର 3ୟ ଟେଷ୍ଟ ଆଜିଠାରୁ ଆରମ୍ଭ ହେଉଛି । ଟସ ଜିତି ପ୍ରଥମେ ଇଂଲଣ୍ଡ କ୍ୟାପଟେନ ଜୋ ରୁଟ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ଇଂଲଣ୍ଡ ସିରିଜରେ 1-0ରେ ଆଗୁଆ ରହିଛି । ଦ୍ବିତୀୟ ଟେଷ୍ଟରେ ବର୍ଷା ବାଧକ ସାଜିବାରୁ ଡ୍ରରେ ଶେଷ ହୋଇଥିଲା ।
ତେବେ 3ୟ ଟେଷ୍ଟରେ ମଧ୍ୟ ଆରମ୍ଭରୁ ମଧ୍ୟ ଖରାପ ପାଗ ଦେଖାଦେଇଛି । ସେଥିପାଇଁ ଟସ ରେ ସାମାନ୍ୟ ବିଳମ୍ବ ହୋଇଥିଲା । ପାକିସ୍ତାନ ଏହି ମ୍ୟାଚରେ ବିଜୟ ସହ ସିରିଜ ବରାବର ଲକ୍ଷ୍ୟେ ରହିଥିବା ବେଳେ. ଇଂଲଣ୍ଡ ଡ୍ର କିମ୍ବା ବିଜୟ ଲକ୍ଷ୍ୟରେ ରହିଛି ।