ମାଞ୍ଚେଷ୍ଟର: ଶନିବାର ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରେଫର୍ଡ ଗ୍ରାଉଣ୍ଡରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ ଖେଳାଯାଇଥିଲା । କିନ୍ତୁ ବର୍ଷା କାରଣରୁ ଖେଳକୁ ଅଧାରୁ ବାତିଲ କରାଯାଇଛି ।
ENGvsPAK: ବର୍ଷାରେ ଧୋଇଗଲା ପ୍ରଥମ ଟି20ମ୍ୟାଚ - match abandoned
ଶନିବାର ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରେଫର୍ଡ ଗ୍ରାଉଣ୍ଡରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ ଖେଳାଯାଇଥିଲା । କିନ୍ତୁ ବର୍ଷା କାରଣରୁ ଖେଳକୁ ଅଧାରୁ ବାତିଲ କରାଯାଇଛି ।
![ENGvsPAK: ବର୍ଷାରେ ଧୋଇଗଲା ପ୍ରଥମ ଟି20ମ୍ୟାଚ ମାଞ୍ଚେଷ୍ଟରର ଓଲ୍ଡ ଟ୍ରେଫର୍ଡ ଗ୍ରାଉଣ୍ଡ](https://etvbharatimages.akamaized.net/etvbharat/prod-images/768-512-8601349-1077-8601349-1598692860023.jpg)
ମାଞ୍ଚେଷ୍ଟରର ଓଲ୍ଡ ଟ୍ରେଫର୍ଡ ଗ୍ରାଉଣ୍ଡ
ସୂଚନାଥାଉକି, ପାକିସ୍ତାନ ପ୍ରଥମେ ଟସ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲା । କିନ୍ତୁ ଇଂଲଣ୍ଡ ମାତ୍ର 16.1 ଓଭର ମ୍ୟାଚ ଖେଳି ପାରିଲା । ଏହାପରେ ବର୍ଷା ହେବା କାରଣରୁ ଖେଳାଳିମାନେ ଗ୍ରାଉଣ୍ଡରୁ ବାହାରକୁ ଆସି ଯାଇଥିଲେ । ତେବେ ସ୍ଥିତି ଦେଖି ମ୍ୟାଚକୁ ସମ୍ପୂର୍ଣ୍ଣ ରଦ୍ଦ କରିବାକୁ ପଡିଲା ।
16.1 ଓଭର ବେଳକୁ ଇଂଲଣ୍ଡ 6 ଓ୍ବିକେଟ ହରାଇ 131ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ସର୍ବାଧିକ 71ରନ କରିଥିଲେ ଟମ ବେଣ୍ଟନ । ଅନ୍ୟପଟେ ପାକିସ୍ତାନ ପକ୍ଷରୁ ଇମାଦ ଓ୍ବସିମ 2ଟି ଓ୍ବିକେଟ ଓ ଶାଦାବ ଖାନ ବି ଓ୍ବିକେଟ ଅକ୍ତିଆର କରିଥିଲେ ।