ଓଡିଶା

odisha

ETV Bharat / sports

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପଟେଲ ଶୋ, ଧରାଶାୟୀ ଇଂଲଣ୍ଡ

ପ୍ରଥମ ଇଂନିସ ପରି ଦ୍ବିତୀୟ ଇଂନିସରେ ମଧ୍ୟ ଲୋକାଲ ବୟ ଅକ୍ଷର ପଟେଲଙ୍କ ଚମତ୍କାର ପ୍ରଦର୍ଶନ । ଅଧିକ ପଢନ୍ତୁ...

By

Published : Feb 25, 2021, 8:32 PM IST

ENG vs IND, 3rd Test: Patel show at Narendra Modi Stadium, collapsing England
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପଟେଲ ଶୋ, ଧରାଶାୟୀ ଇଂଲଣ୍ଡ

ଅହମ୍ମଦାବାଦ:ରୋମାଞ୍ଚକର ସ୍ଥିତିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ । ପ୍ରଥମ ଇଂନିସ ପରି ଦ୍ବିତୀୟ ଇଂନିସରେ ମଧ୍ୟ ଲୋକାଲ ବୟ ଅକ୍ଷର ପଟେଲଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି ।

ପ୍ରଥମ ଇଂନିସରେ 6 ୱିକେଟ ହାସଲ କରିବା ସହ ଇଂଲଣ୍ଡକୁ 112 ରନରେ ରୋକିବାରେ ପ୍ରମୁଖ ଭୁମିକା ନିଭାଇଥିବା ଅକ୍ଷର ଦ୍ବିତୀୟ ଇଂନିସରେ ମଧ୍ୟ ଏଯାବତ 3ଟି ୱିକେଟ ନେଇସାରିଛନ୍ତି । ଇଂଲଣ୍ଡର ଦ୍ବିତୀୟ ଇଂନିସ ବ୍ୟାଟିଂର ପ୍ରଥମ ଓଭରରେ ହିଁ ଦୁଇଜଣ ଖେଳାଳିଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି ଅକ୍ଷର ।

ଅକ୍ଷର ପଟେଲଙ୍କ ଚମତ୍କାର ପ୍ରଦର୍ଶନ

ଦ୍ବିତୀୟ ଇଂନିସରେ ଇଂଲଣ୍ଡ 19 ଓଭର ଖେଳିସାରିଥିବାବେଳେ କ୍ୟାପଟେନ ଜୋ ରୁଟ୍‌ଙ୍କ ସମେତ 58 ରନରେ ଅଧା ଖେଳାଳି ପାଭିଲିୟନ ଫେରିଛନ୍ତି । 26 ରନରେ ଆଗୁଆ ରହିଛି ଇଂଲଣ୍ଡ । ତେବେ ଖୁବଶ୍ରୀଘ୍ର ଇଂଲଣ୍ଡ ଇଂନିସକୁ ସମାପ୍ତ କରିବା ସହ ଦ୍ବିତୀୟ ଦିନରେ ବିଜୟ ହାସଲ କରିବା ଲକ୍ଷ୍ୟରେ ବିରାଟ ବାହିନୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details