ଓଡିଶା

odisha

ETV Bharat / sports

ଅଷ୍ଟ୍ରେଲିଆକୁ ସିରିଜ ଜିତାଇଲେ ମାକ୍ସୱେଲ-କ୍ୟାରୀ - ମାକ୍ସୱେଲ ପ୍ଲେଆର ଅଫ ଦ ମ୍ୟାଚ

ଇଂଲଣ୍ଡ ବିପକ୍ଷ 3ୟ ଦିନିକିଆ ତଥା ନିର୍ଣ୍ଣାୟକ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ ସହ 2-1ରେ ସିରିଜ ବିଜୟୀ ହୋଇଛି ଅଷ୍ଟ୍ରେଲିଆ ।

ENG VS AUS: Maxwell, Carey shine as Australia win thrilling series decider
ଅଷ୍ଟ୍ରେଲିଆକୁ ସିରିଜ ଜିତାଇଲେ ମାକ୍ସୱେଲ-କ୍ୟାରୀ

By

Published : Sep 17, 2020, 3:36 PM IST

ମାଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷ 3ୟ ଦିନିକିଆ ତଥା ନିର୍ଣ୍ଣାୟକ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ ସହ 2-1ରେ ସିରିଜ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ୱିକେଟକିପର ବ୍ୟାଟ୍ସମ୍ୟାନ ଆଲେକ୍ସ କ୍ୟାରୀ ଓ ଅଲରାଉଣ୍ଡର ଗ୍ଳେନ ମାକ୍ସୱେଲ ଅଷ୍ଟ୍ରେଲିଆ ବିଜୟର ପ୍ରମୁଖ ଭୂମିକା ନିଭାଇଛନ୍ତି ।

ଗ୍ଳେନ ମାକ୍ସୱେଲ- ଆଲେକ୍ସ କ୍ୟାରୀ

ଉଭୟ ଶତକୀୟ ଇଂନିସ ଖେଳିବା ସହ ଷଷ୍ଠ ୱିକେଟ ଯୋଡିରେ ମ୍ୟାଚ ବିଜୟୀ 212ରନର ପାର୍ଟନରସିପ କରିଥିଲେ ।

ଇଂଲଣ୍ଡ ପକ୍ଷରୁ ରଖାଯାଇଥିବା 303ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆର ଆରମ୍ଭ ଭଲ ରହିନଥିଲା । ମ୍ୟାଚର 16.5 ଓଭର ସୁଦ୍ଧା ଶୀର୍ଷ 5ଟି ୱିକେଟ 73 ରନ ମଧ୍ୟରେ ହରାଇ ସଙ୍କଟରେ ପଡିଥିଲା ।

କ୍ୟାପଟେନ ଆରୋନ ଫିଞ୍ଚ 12, ଡେଭିଡ ୱାର୍ଣ୍ଣର 24 ମାର୍କନ ଷ୍ଟୋଇନିସ 4 ଓ ମିଚେଲ ମାର୍ଶ 2 ଓ ମାର୍ନସ ଲବୁସାନ 20 ରନ କରି ଆଉଟ ହୋଇଥିଲେ । ଦ୍ରୁତ ବୋଲର କ୍ରିସ ୱର୍କ୍ସ ଓ ପାର୍ଟ-ଟାଇମ ସ୍ପିନର ଜୋ ରୁଟ ଇଂଲଣ୍ଡ ପାଇଁ ଶ୍ରୀଘ୍ର ୱିକେଟ ହାସଲ କରିଥିଲେ ।

ସ୍ପିଡଷ୍ଟାର ଜୋଫ୍ରା ଆର୍ଚର ମ୍ୟାଚର 48ତମ ଓଭରରେ ମାକ୍ସୱେଲଙ୍କୁ ଓ ପରବର୍ତ୍ତୀ ଓଭରରେ ଆଦିଲ ରସିଦ କ୍ୟାରୀଙ୍କୁ ଆଉଟ କରିଥିଲେ । ମାତ୍ର ସେତେପର୍ଯ୍ୟନ୍ତ ବହୁତ ବିଳମ୍ବ ହୋଇସାରିଥିଲା । ବିଜୟର ଦ୍ବାରଦେଶରେ ପହଞ୍ଚିସାରିଥିଲା ଅଷ୍ଟ୍ରେଲିଆ । ପାଟ କମିନ୍ସ ଓ ମିଚେଲ ଷ୍ଟାର୍କ ଯଥାକ୍ରମେ ଅପରାଜିତ 4 ଓ 11 ରନ କରି ଦଳକୁ ବିଜୟୀ କରାଇଥିଲେ । 49.4 ଓଭରରେ ଅଷ୍ଟ୍ରେଲିଆ 3 ୱିକେଟ ବାକି ଥାଇ ବିଜୟ ଲକ୍ଷ୍ୟକୁ ହାସଲ କରିବା ସହ ସିରିଜ ହାତେଇଥିଲା ।

ବିଜୟୀ ଟ୍ରପି ସହ ଆରୋନ ଫିଞ୍ଚ

ମାକ୍ସୱେଲ 7 ଛକା ଓ 4 ଚୌକା ସହାୟତାରେ 108 ରନର ଇଂନିସ ଖେଳିଥିଲେ । ଅନ୍ୟପଟେ କ୍ୟାରୀ ମଧ୍ୟ 106 ରନର ଉପଯୋଗୀ ଇଂନିସ ଖେଳିଥିଲେ ।

ପୂର୍ବରୁ ଇଂଲଣ୍ଡ ଜନ୍ନି ବେୟାରଷ୍ଟୋଙ୍କ ଦମଦାର ଶତକ(112), ସାମ ବିଲିଙ୍ଗ୍ସ ଙ୍କ(57) ଓ କ୍ରିସ ୱର୍କ୍ସଙ୍କ 53 ରନ ବଳରେ 302 ରନ କରିଥିଲା । ମ୍ୟାଚ ବିଜୟୀ ଇଂନିସ ପାଇଁ ମାକ୍ସୱେଲ ପ୍ଲେଆର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details