ଓଡିଶା

odisha

ETV Bharat / sports

ମାଞ୍ଚେଷ୍ଟର ଦିନିକିଆ: ଅଷ୍ଟ୍ରେଲିଆ ସାମ୍ନାରେ 232 ରନର ବିଜୟ ଲକ୍ଷ୍ୟ

ଦ୍ୱିତୀୟ ଦିନିକିଆରେ ଘରୋଇ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ 50 ଓଭରରେ 231 ରନ କରିଛି । ଫଳରେ ଅଷ୍ଟ୍ରେଲିଆ ସାମ୍ନାରେ 232 ରନରେ ବିଜୟ ଲକ୍ଷ୍ୟ ରହିଛି ।

By

Published : Sep 13, 2020, 9:53 PM IST

ENG vs AUS, 2nd ODI: England set a target of 232 runs
ମାଞ୍ଚେଷ୍ଟର ଦିନିକିଆ: ଅଷ୍ଟ୍ରେଲିଆ ସାମ୍ନାରେ 232 ରନର ବିଜୟ ଲକ୍ଷ୍ୟ

ମାଞ୍ଚେଷ୍ଟର: ଦ୍ୱିତୀୟ ଦିନିକିଆରେ ଘରୋଇ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ 50 ଓଭରରେ 231 ରନ କରିଛି । ଫଳରେ ଅଷ୍ଟ୍ରେଲିଆ ସାମ୍ନାରେ 232 ରନରେ ବିଜୟ ଲକ୍ଷ୍ୟ ରହିଛି ।

ଦଳ ପକ୍ଷରୁ କ୍ୟାପଟେନ ଇଆନ ମୋର୍ଗାନ ସର୍ବାଧିକ 42 ରନର ଇଂନିସ ଖେଳିଥିଲେ । ଜୋ ରୁଟ 39, ଟସ କରନ 37, ଆଦିଲ ରସିଦ 35 ଓ ଜେସନ ରୟ 21 ରନ କରି ଆଉଟ ହୋଇଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ସ୍ପିନର ଆଡାମ ଜାମ୍ପା ଘାତକ ଦମଦାର ପ୍ରଦର୍ଶନ କରିଥିଲେ । 10 ଓଭରରୁ 36 ରନ ବ୍ୟୟରେ 3ଟି ୱିକେଟ ଅକ୍ତିଆର କରିଥିଲେ । ମିଚେଲ ଷ୍ଟାର୍କଙ୍କୁ 2ଟି ୱିକେଟ ମିଳିଥିବାବେଳେ, ହେଜଲଉଡ, କମିନ୍ସ ଓ ମିଚେଲ ମାର୍ଶ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ପୂର୍ବରୁ ପ୍ରଥମ ଦିନିକିଆରେ ବିଜୟ ସହ ସିରିଜରେ 1-0ରେ ଆଗୁଆ ରହିଛି ଭ୍ରମଣକାରୀ ଅଷ୍ଟ୍ରେଲିଆ । ଫଳରେ ଦ୍ବିତୀୟ ମ୍ୟାଚକୁ ଜିତି ଆଗୁଆ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details