ଓଡିଶା

odisha

ETV Bharat / sports

ଇଣ୍ଡିଜକୁ 269 ରନରେ ହରାଇ ସିରିଜ ବିଜୟୀ ଇଂଲଣ୍ଡ - ଇଣ୍ଡିଜ- ଇଣ୍ଡିଜ 3ୟ ଟେଷ୍ଟ

ବୋଲରଙ୍କ ଘାତକ ବୋଲିଂ ଫଳରେ ଇଣ୍ଡିଜ ବିପକ୍ଷ 3ୟ ତଥା ଅନ୍ତିମ ଟେଷ୍ଟରେ 269 ରନରେ ବିଜୟୀ ହୋଇଛି ଇଂଲଣ୍ଡ । ଏଥିସହିତ 2-1ରେ ୱିସଡେନ ସିରିଜ କବ୍ଜା କରିଛି ଇଂଲଣ୍ଡ ।

Eng v WI 3rd Test: Woakes, Broad help England crush Windies by 269 runs, win series 2-1
ଇଣ୍ଡିଜକୁ 269 ରନରେ ହରାଇ ସିରିଜ ବିଜୟୀ ଇଂଲଣ୍ଡ

By

Published : Jul 28, 2020, 8:21 PM IST

ମାଞ୍ଚେଷ୍ଟର: ବୋଲରଙ୍କ ଘାତକ ବୋଲିଂ ଫଳରେ ଇଣ୍ଡିଜ ବିପକ୍ଷ 3ୟ ତଥା ଅନ୍ତିମ ଟେଷ୍ଟରେ 269 ରନରେ ବିଜୟୀ ହୋଇଛି ଇଂଲଣ୍ଡ । ଏଥିସହିତ 2-1ରେ ୱିସଡେନ ସିରିଜ କବ୍ଜା କରିଛି ଇଂଲଣ୍ଡ । ମହାମାରୀ କୋରୋନା ଭାଇରସ ମଧ୍ୟରେ ଜୈବ ସୁରକ୍ଷିତ ପରିବେଶ ଓ ବିନା ଦର୍ଶକରେ ଅନ୍ତର୍ଜାତୀୟ କ୍ରିକେଟର ପ୍ରଥମ ସିରିଜ ଖେଳାଯାଇଥିଲା ।

ଇଂଣ୍ଡିଜର ଦ୍ବିତୀୟ ଇଂନିସରେ କ୍ରିସ ୱିର୍କ୍ସ କ୍ୟାରିୟରର 4ର୍ଥଥର 5 ୱିକେଟ ହାସଲ କରି ବିଜୟରେ ପ୍ରମୁଖ ଭୁମିକା ନିଭାଇଥିଲେ । ପୂର୍ବରୁ ଭେଟେରାନ ଷ୍ଟୁଆର୍ ବ୍ରଡ ଟେଷ୍ଟ କ୍ରିକେଟ ଇତିହାସରେ ବିଶ୍ବର ସପ୍ତମ ବୋଲର ଭାବେ 500 ଟେଷ୍ଟ ୱିକେଟ ପୂରଣ କରିଥିଲେ ।

ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଇଣ୍ଡିଜ ଦଳ 84/5ରେ ସଂଘର୍ଷ କରିବା ସହ ବିଜୟ ପାଇଁ ଅଧିକ ଅସମ୍ଭବ 315 ରନ ଆବଶ୍ୟକ କରୁଥଛିଲା । ତେବେ ବର୍ଷା ବାଧାପ୍ରାପ୍ତ 5ମ ଦିନରେ ଇଂଲଣ୍ଡ ନିୟମିତ ୱିକେଟ ହାସଲ କରି ବିଜୟ ସୁନିଶ୍ଚିତ କରିଥିଲା ।

ପ୍ରଥମ ଇଂନିସରେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ 91 ରନର ଇଂନିସ ଖେଳିଥିଲେ ଓଲି ପୋପ । ଜସ ବଟଲରଙ୍କ 67, ରରି ବର୍ଣ୍ଣସ 57 ଓ ବ୍ରଡଙ୍କ 62 ରନ ବଳରେ ଇଂଲଣ୍ଡ ବିଶାଳ 369 ରନ କରିଥିଲା ।

ଇଣ୍ଡିଜ ପକ୍ଷରୁ କେମାର ରୋଚ ପ୍ରଭାବୀ ସାବ୍ୟସ୍ତ ହେବାସହ ସର୍ବାଧିକ 4ଟି ୱିକେଟ ଅକ୍ତିଆର କରିଥିଲେ । ଗାବ୍ରିଏଲ 2ଟି, ରୋଷ୍ଟନ ଚେଜ 2ଟି ଓ ହୋଲ୍ଡର ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ଇଣ୍ଡିଜ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାସହ ମାତ୍ର 197ରେ ଅଲଆଉଟ ହୋଇଥିଲା । ଷ୍ଟୁଆର୍ଟ ବ୍ରଡ ଘାତକ ବୋଲିଂ ସହ 6ଟି ୱିକେଟ ଅକ୍ତିଆର କରିଥିଲେ । ଆଣ୍ଡରସନ 2ଟି, ଆର୍ଚର ଗୋଟିଏ କ୍ରିସ ୱର୍କ୍ସଙ୍କୁ ଗୋଟଏ ୱିକେଟ ମିଳିଥଲା ।

ଦ୍ବିତୀୟ ଇଂନିସରେ 226 ରନ କରିବା ପରେ ଇଣ୍ଡିଜ ସାମ୍ନାରେ ବିଶାଳ ବିଜୟ ରହିଥିଲା । ପରେ ଦ୍ବିତୀୟ ଇଂନିସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ସହ ମାତ୍ର 129 ରନରେ ଅଲଆଉଟ ହୋଇଥିଲା ୱେଷ୍ଟଇଣ୍ଡିଜ । ଦଳ ପକ୍ଷରୁ ସାଇ ହୋପ ସର୍ବାଧିକ 31 ରନର ଇଂନିସ ଖେଳିଥିଲେ । ଦ୍ବିତୀୟ ଇଂନିସରେ ବ୍ରଡ 4ଟି ଓ କ୍ରିସ ୱିକ୍ସ 5ଟି ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details