ଲଣ୍ଡନ: ସେପ୍ଟେମ୍ବରରେ ହେବାକୁ ଥିବା ହ୍ବାଇଟ ବଲ ଟୁର୍ଣ୍ଣାମେଣ୍ଟ ପାଇଁ ଇଂଲଣ୍ଡର ଭାରତ ଗସ୍ତ 2021 ପର୍ଯ୍ୟନ୍ତ ସ୍ଥଗିତ ରଖିବ ବୋଲି ସୂଚନା ମିଳିଛି । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ଇଂଲଣ୍ଡ ଭାରତ ବିପକ୍ଷରେ ତିନୋଟି ଦିନିକିଆ ଓ ତିନୋଟି ଟି -20 ଖେଳିବାକୁ ଯୋଜନା ରହିଥିଲା, ଯେଉଁଥିପାଇଁ ସେମାନେ ସେପ୍ଟେମ୍ବର 16ରେ ଭାରତ ଯାତ୍ରା କରିଥାନ୍ତେ ।
ତେବେ ଏକ ରିପୋର୍ଟ ଅନୁଯାୟୀ, ଟି-20 ବିଶ୍ବକପର ସ୍ଥଗିତାଦେଶ ସେପ୍ଟେମ୍ବର ମାସର ଶେଷ ସପ୍ତାହରେ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗର 13 ତମ ସଂସ୍କରଣ ପାଇଁ ସ୍ଥାନ ଖାଲି କରିବ, ଯାହାଦ୍ବାରା ଇଂଲଣ୍ଡ ଗସ୍ତର ଆଶା କମ ରହିବ ।
ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏବଂ ବିସିସିଆଇ ମଧ୍ୟରେ ଆଲୋଚନା ଚାଲିଛି ଏବଂ ଯାହା ଜଣାପଡ଼ୁଛି ଯେ ପାଞ୍ଚଟି ଟେଷ୍ଟ ମ୍ୟାଚ ଆସନ୍ତା ବର୍ଷ ଆରମ୍ଭରୁ ସୀମିତ ଓଭର ମ୍ୟାଚ ଭାରତରେ ଖେଳାଯିବ ।