ଓଡିଶା

odisha

ଇଷ୍ଟ ଜୋନ ଇଣ୍ଟର ୟୁନିଭରସିଟି କ୍ରିକେଟ: ଉତ୍କଳ ବିଶ୍ଵବିଦ୍ୟାଳୟ ଚମ୍ପିଆନ

By

Published : Jan 14, 2020, 11:55 PM IST

ଇଷ୍ଟ ଜୋନ ଇଣ୍ଟର ୟୁନିଭରସିଟି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉତ୍କଳ ବିଶ୍ବବିଦ୍ୟାଳୟ ଚମ୍ପିଆନ । ତେବେ ଫାଇନାଲ ଖେଳିଥିବା 2ଟି ଦଳ ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗନେବେ ।

ଇଷ୍ଟ ଜୋନ
ଇଷ୍ଟ ଜୋନ

କଟକ: ଇଷ୍ଟ ଜୋନ ଇଣ୍ଟର ୟୁନିଭରସିଟି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବାଜିମାତ କଲା ଉତ୍କଳ ବିଶ୍ବବିଦ୍ୟାଳୟ । ରେଭେନ୍ସା ଗ୍ରାଉଣ୍ଡରେ ଖେଳାଯାଇଥିବା ଲିଗ ଫର୍ମାଟ ଫାଇନଲ ରାଉଣ୍ଡରେ ଉତ୍କଳ ୟୁନିଭରସିଟି ସର୍ବାଧିକ ପଏଣ୍ଟ ହାସଲ କରି ବିଜୟ ଲାଭ କରିଛି । ସେହିପରି ଭାବରେ ଭିବିଏସ ପୂର୍ବାଞ୍ଚଳ ଦଳ 2ୟ ସ୍ଥାନରେ ରହିଛି । ତେବେ ଫାଇନାଲ ଖେଳିଥିବା 2ଟି ଦଳ ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ସର୍ବ ଭାରତୀୟ ରୋହୀନଟନବାରିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗନେବେ ।

ଉତ୍କଳ ବିଶ୍ବବିଦ୍ୟାଳୟ ଚମ୍ପିଆନ

ରେଭେନ୍ସା ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ 4 ୱେକେଟରେ ବିଜୟୀ ହୋଇଥିଲା ଭିବିଏସ ପୂର୍ବାଞ୍ଚଳ ଦଳ । ପ୍ରଥମ ବ୍ୟାଟିଂ କରିଥିବା ଉତ୍କଳ ଟିମ୍‌ 128 ରନରେ ଅଲଆଉଟ ହୋଇଥିଲା । ଜବାବରେ 6 ୱେକେଟ ହରାଇ ବିଜୟ ହୋଇଥିଲା ଭିବିଏସ ପୂର୍ବାଞ୍ଚଳ ଦଳ । ତେବେ ସର୍ବାଧିକ ପଏଣ୍ଟ ପାଇଥିବାରୁ ଉତ୍କଳ ୟୁନିଭରସିଟିକୁ ବିଜୟ ଘୋଷିତ କରାଯାଇଥିଲା ।


ତେବେ ଏହି ପ୍ରତିଯୋଗିତା ଗତବର୍ଷ ଡିସେମ୍ବର 24ରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ସମୁଦାୟ 72ଟି ଟିମ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । କଟକର 5 ଟି ଓ ଭୁବନେଶ୍ବରର ଗୋଟିଏ ଗ୍ରାଉଣ୍ଡରେ ଖେଳାଯାଇଥିଲା ସମସ୍ତ ମ୍ୟାଚ ।

ତେବେ ଉଦ୍‌ଯାପନୀ ଦିବସରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି , ସମ୍ପାଦକ ସଞ୍ଜୟ ବେହେରା , ରେଭେନ୍ସା କୁଳପତି ଇଶାନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

...view details