ପଟିଆଲା:ରାଜ୍ୟ ପାଇଁ ପୁଣି ଗୌରବ ଆଣିଲେ ଦୌଡରାଣୀ ଦୂତୀ ଚାନ୍ଦ । ପଞ୍ଜାବର ଏନଆଇଏସ ପଟିଆଲାରେ ଚାଲିଥିବା ପ୍ରଥମ ଭାରତୀୟ ଗ୍ରାଣ୍ଡପ୍ରିକ୍ସ ରେ 100 ମିଟର ମହିଳା ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡିଆ ଧାବିକା ଦୂତୀ ।
100 ମିଟର ଦୌଡକୁ 11.51 ସେକେଣ୍ଡରେ ଶେଷ କରି ଏହି ଉପଲବ୍ଧି ହାସଲ କରିଛନ୍ତି । ଅନ୍ୟପଟେ ପୁରୁଷ ଏକକ ବର୍ଗରେ ମଧ୍ୟ ଓଡିଆ ଆଥଲେଟ ଅମୀୟ ମଲିକ ସଫଳତା ହାସଲ କରିଛନ୍ତି। ପୁରୁଷ ଏକକ ବର୍ଗରେ 100 ମିଟର ଦୌଡକୁ 10.89 ସକେଣ୍ଡରେ ପହଞ୍ଚି ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି ।