ଓଡିଶା

odisha

By

Published : Nov 17, 2020, 6:09 PM IST

ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟର ପାଲଟିଲେ ଫୁଡ ଡେଲିଭରୀ ବଏ, ଜାଣନ୍ତୁ କାରଣ

କୋଭିଡ-19 ମହାମାରୀରେ ଛଟପଟ ସାରା ବିଶ୍ବ । ଏଥିରେ କ୍ରୀଡାଜଗତ ବି ବେଶ୍‌ ପ୍ରଭାବିତ ହୋଇଛି । ତେବେ ନେଦରଲ୍ୟାଣ୍ଡସର କ୍ରିକେଟର ପଲ ଓ୍ବାନ ମିକେରେନଙ୍କ ଟ୍ବିଟରୁ ବେଶ୍‌ ଜଣା ପଡୁଛି ଖେଳାଳିଙ୍କ ସ୍ଥିତି କ'ଣ ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଅନ୍ତର୍ଜାତୀୟ କ୍ରିକେଟର ପାଲଟିଲେ ଫୁଡ ଡେଲିଭରୀ ବଏ, ଜାଣନ୍ତୁ କାରଣ
ଅନ୍ତର୍ଜାତୀୟ କ୍ରିକେଟର ପାଲଟିଲେ ଫୁଡ ଡେଲିଭରୀ ବଏ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: କୋଭିଡ-19 ମହାମାରୀରେ ଛଟପଟ ସାରା ବିଶ୍ବ । ଏଥିରେ କ୍ରୀଡାଜଗତ ବି ବେଶ୍‌ ପ୍ରଭାବିତ ହୋଇଛି । ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ପରି ଦେଶ ଧୀରେ ଧୀରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଆରମ୍ଭ କରିଲେଣି । କିନ୍ତୁ ନେଦରଲ୍ୟାଣ୍ଡସ, ଆଫଗାନିସ୍ତାନ, ନାମିବିୟା, ନେପାଳ ପରି ଦେଶରେ ଏବେ ସ୍ଥିତି ସୁଧିରି ନାହିଁ । ଏହି ଦେଶ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଓ କ୍ରିକେଟରଙ୍କୁ ବେତନ ଦେବା ପାଇଁ ଅସମର୍ଥ ଅଛନ୍ତି । ତେବେ ନେଦରଲ୍ୟାଣ୍ଡସର କ୍ରିକେଟର ପଲ ଓ୍ବାନ ମିକେରେନଙ୍କ ଟ୍ବିଟରୁ ବେଶ୍‌ ଜଣା ପଡୁଛି ଖେଳାଳିଙ୍କ ସ୍ଥିତି କ'ଣ ।

ନେଦରଲ୍ୟାଣ୍ଡସର 27ବର୍ଷୀୟ ବୋଲର ନିଜର ଶେଷ ଦିନିକିଆ ମ୍ୟାଚ ଜିମ୍ବାଓ୍ବେ ବିପକ୍ଷରେ 2019ରେ ଖେଳିଥିଲେ । ସେ କୋରାେନା ମହାମାରୀ ଯୋଗୁଁ ହୋଇଥିବା ଲକଡାଉନବେଳେ ଫୁଡ ଡେଲିଭରୀ କାମ କରୁଥିଲେ ।

ଏକ ମିଡିଆ ଓ୍ବେବସାଇଟ ରବିବାର ଟ୍ବିଟ କରି କହିଥିଲେ ଯେ, ଯଦି କୋଭିଡ ମହାମାରୀ ନଥାନ୍ତା ତେବେ ଟି-20 ବିଶ୍ବ କପ-2020 ଏହି ସମୟରେ ସମାପ୍ତ ହୋଇଥାନ୍ତା । ତେବେ ଏହି ଟ୍ବିଟର ରିଟ୍ବିଟ କରି ମିକେରେନ ଦୁଃଖ ପ୍ରକାଶ କରିଥିଲେ । ବିଶ୍ବକପ୍‌ ହେଉ ନଥିବାରୁ ଦୁଃଖ ବ୍ୟକ୍ତ କରିଥିଲେ ଓ ଜୀବିକା ପାଇଁ ଖାଇବା ଡେଲିଭରୀ କରୁଥିଲେ ।

ସେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଏହି ସମୟରେ କ୍ରିକେଟ ଖେଳିଥାନ୍ତି । କିନ୍ତୁ ଏବେ ଉବର ଇଟସ୍‌ରେ ଡିଲେଭରୀ କରୁଛି । ସମୟ କେବେ ବି ବଦଳି ଯାଏ । ଅଜିବ କଥା ।

ନେଦରଲ୍ୟାଣ୍ଡସ୍‌ରେ ପ୍ରାୟ 4ଲକ୍ଷ ଲୋକ କୋଭିଡ ସଂକ୍ରମିତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ପ୍ରାୟ 8000 ଲୋକଙ୍କ ମୃତ୍ୟୁ ହୋଇଛି ।

ଏହି ବୋଲର ନିଜ ଦେଶ ପାଇଁ 5ଟି ଦିନିକିଆ ଓ 41ଟି ଟି-20 ମ୍ୟାଚ ଖେଳି କ୍ରମଶଃ 4ଟି ଓ 47ଟି ଓ୍ବିକେଟ ହାତେଇଛନ୍ତି ।

ABOUT THE AUTHOR

...view details