ଓଡିଶା

odisha

ETV Bharat / sports

ଲକଡାଉନରେ ଚାଲିଥିଲା ମ୍ୟାଚ ଫିନିସ କୌଶଳ ଶିକ୍ଷା: ପାଣ୍ଡ୍ୟା

କୋରୋନା ଭାଇରସ କାରଣରୁ ଜାରି ହୋଇଥିବା ଲକଡାଉନ ସମୟରେ ମ୍ୟାଚ ଫିନିସ କରିବା କୌଶଳ ଶିକ୍ଷା ନେଇ ଧ୍ୟାନ ଦେଇଥିଲେ ବୋଲି ଖୁଲାସା କରିଛନ୍ତି ପାଣ୍ଡ୍ୟା । ଅଧିକ ପଢନ୍ତୁ...

By

Published : Dec 6, 2020, 10:52 PM IST

During lockdown, I worked on how to finish games when it matters the most: Pandya
ଲକଡାଉନରେ ଚାଲିଥିଲା ମ୍ୟାଚ ଫିନିସ କୌଶଳ ଶିକ୍ଷା: ପାଣ୍ଡ୍ୟା

ସିଡନି: ମ୍ୟାଚ ବିଜୟ ଇଂନିସ ପରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ ବୟାନ । କୋରୋନା ଭାଇରସ କାରଣରୁ ଜାରି ହୋଇଥିବା ଲକଡାଉନ ସମୟରେ ମ୍ୟାଚ ଫିନିସ କରିବା କୌଶଳ ଶିକ୍ଷା ନେଇ ଧ୍ୟାନ ଦେଇଥିଲେ ବୋଲି ଖୁଲାସା କରିଛନ୍ତି ପାଣ୍ଡ୍ୟା । ଏହା ବର୍ତ୍ତମାନ କାମରେ ଆସିଛି ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-20 ସିରିଜରେ ଅଲରାଉଣ୍ଡର ପାଣ୍ଡ୍ୟା ଦମଦାର ପ୍ରଦର୍ଶନ କରିଛନ୍ତି । ପ୍ରାୟ ପ୍ରତି ମ୍ୟାଚରେ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଛନ୍ତି ।

ଦ୍ବିତୀୟ ଟି-20 ମ୍ୟାଚରେ 22 ବଲରୁ ଦ୍ରୁତ 42 ରନର ଇଂନିସ ଖେଳିବା ସହ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପାଣ୍ଡ୍ୟା । ଏଥିସହ ପ୍ଳେଆର ଅଫ ଦ ମ୍ୟାଚ ମଧ୍ୟ ହୋଇଥିଲେ । ଶେଷ 12ଟି ବଲରୁ ଭାରତ ବିଜୟ ପାଇଁ 25 ରନ ଓ ଶେଷ ଓଭରରୁ 14 ରନ ଆବଶ୍ୟକ କରୁଥିଲା ।

ଲଗାତାର ଦୁଇଟି ଛକା ସହ ମ୍ୟାଚ ଫିନିସ କରିଥିଲେ ପାଣ୍ଡ୍ୟା । ଫଳରେ ସିରିଜର ଗୋଟିଏ ମ୍ୟାଚ ବାକିଥାଇ 2-0ରେ ଆଗୁଆ ସହ ଟି-20 ସିରିଜ କବ୍ଜା କରିପାରିଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details