ଓଡିଶା

odisha

ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରେ ଚହଲଙ୍କ ଚାରିବର୍ଷ, କହିଲେ ସତ ହୋଇଛି ସ୍ବପ୍ନ - ଚହଲଙ୍କ ସ୍ବପ୍ନ ସତ ହୋଇଛି

ଅନ୍ତର୍ଜାତୀୟ କ୍ରିକେଟରେ 4ବର୍ଷ ପୂରଣ କରିଛନ୍ତି ଟିମ ଇଣ୍ଡିଆର ସ୍ପିନ ଯାଦୁଗର ୟୁଜଭେନ୍ଦ୍ର ଚହଲ।

Dreams do come true: Chahal on completing 4 yrs in international cricket
ଅନ୍ତର୍ଜାତୀୟ କ୍ରିକେଟରେ ଚହଲଙ୍କ ଚାରିବର୍ଷ, କହିଲେ ସତ ହୋଇଛି ସ୍ବପ୍ନ

By

Published : Jun 11, 2020, 5:45 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ 4ବର୍ଷ ପୂରଣ କରିଛନ୍ତି ଟିମ ଇଣ୍ଡିଆର ସ୍ପିନ ଯାଦୁଗର ୟୁଜଭେନ୍ଦ୍ର ଚହଲ । ଏହି ଅବସରରେ ଚହଲ କହିଛନ୍ତି ସ୍ବପ୍ନ ସତ ହୋଇଛି ।

2016 ଆଜିର ଦିନରେ (ଜୁନ 11) ଚହଲ ଟିମ ଇଣ୍ଡିଆ ପକ୍ଷରୁ ଜିମ୍ବାୱେ ବିପକ୍ଷ ଦିନିକିଆରେ ହରାରେ ଠାରେ ଡେବ୍ୟୁ କରିଥିଲେ । ଡେବ୍ୟୁ ମ୍ୟାଚରେ 10 ଓଭରରେ 27 ରନ ବ୍ୟୟରେ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ପରେ ସମାନ ଟୁରରେ ଜୁନ 18ରେ ଜିମ୍ବାୱେ ବିପକ୍ଷରେ ଅନ୍ତର୍ଜାତୀୟ ଟି-20ରେ ଡେବ୍ୟୁ କରିଥିଲେ । ଚହଲ ଟ୍ବିଟ ଯୋଗେଁ ନିଜର ଡେବ୍ୟୁ ଦିନକୁ ସ୍ମରଣ କରିବା ସହ ସ୍ବପ୍ନ ସତ ହୋଇଛି ବୋଲି ଲେଖିଛନ୍ତି ।

29 ବର୍ଷିୟ ସ୍ପିନର ଚହଲ ଏଯାବତ 52 ଦିନିକିଆ ଓ 42ଟି ଟି-20 ମ୍ୟାଚ ଖେଳିସାରିଛନ୍ତି । ଉଭୟ ଫର୍ମାଟରେ 146 ୱିକେଟ ମଧ୍ୟ ହାସଲ କରିଛନ୍ତି । ତେବେ ଟେଷ୍ଟ କ୍ରିକେଟରେ ଡେବ୍ୟୁର ସୁଯୋଗରେ ଏବେବି ରହିଛନ୍ତି ଚହଲ ।

ABOUT THE AUTHOR

...view details