ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ବର୍ତ୍ତମାନ ଟିମ ଇଣ୍ଡିଆର ଜଣେ ପ୍ରମୁଖ ଖେଳାଳି ହେଉଛନ୍ତି ଚେତେଶ୍ବର ପୂଜାରା । ଅନେକ ସମୟରେ ପୂଜାରାଙ୍କ ଖେଳର ଆଭିମୁଖ୍ୟ ଦେଖି ତାଙ୍କୁ ପୂର୍ବତନ ଖେଳାଳି ରାହୁଲ ଦ୍ରାବିଡ଼ଙ୍କ ସହ ତୁଳନା କରାଯାଏ । ତେବେ, 32 ବର୍ଷୀୟ ପୂଜାରା ଭାବନ୍ତି ଯେ ଦ୍ରାବିଡଙ୍କ ପ୍ରତି ଥିବା ତାଙ୍କର ଆକର୍ଷଣ ହେତୁ ସେମାନଙ୍କ ମଧ୍ୟରେ ସମାନତା ରହିଛି ।
ପୂଜାରା ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କ ସହ ମୋର ସମାନତା ଥିଲେ ମଧ୍ୟ ମୁଁ କେବେ ତାଙ୍କୁ ନକଲ କରି ନାହିଁ । ଆମର ଖେଳିବା ଶୈଳୀରେ ସମାନତା ଅଛି, କିନ୍ତୁ ତାହା ତାଙ୍କ ପ୍ରତି ମୋର ଆକର୍ଷଣ ହେତୁ ରହିଛି । ଏହା ମୁଖ୍ୟତଃ ସୈରାଷ୍ଟ୍ର ସହିତ ମୋର ଅନୁଭୂତି ମାଧ୍ୟମରେ ଆସିଛି, ଯେଉଁଠାରେ ମୁଁ ଜାଣିଲି ଯେ ଏକାକୀ ଶତକ ସ୍କୋର କରିବା ଯଥେଷ୍ଟ ନୁହେଁ, ଆପଣଙ୍କୁ ନିଜ ଦଳକୁ ମଧ୍ୟ ସାଙ୍ଗରେ ନେବାକୁ ହେବ । ହଁ, ଆପଣ କହିପାରିବେ ଯେ ମୁଁ ରାହୁଲ ଭାଇଙ୍କ ଠାରୁ ଅଜାଣତରେ ଏହାକୁ ଗ୍ରହଣ କରିଥିଲି। ତାଙ୍କର ପ୍ରଭାବ ମୋର ଚିନ୍ତନ ପ୍ରକ୍ରିୟାକୁ ପ୍ରଭାବିତ କରିଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାହୁଲ ଭୋଇ ମୋ ପାଇଁ କ’ଣ ତାହା ମୁଁ ଗୋଟିଏ ଧାଡିରେ କହି ପାରିବି ନାହିଁ। ସେ ସର୍ବଦା ଏକ ପ୍ରେରଣା ରହିଆସିଛନ୍ତି ଏବଂ ରହିବେ। ତାଙ୍କୁ କ୍ରିକେଟରୁ ଦୂରେଇ ଯିବାର ଗୁରୁତ୍ବ ଏବଂ ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନକୁ ପୃଥକ ରଖିବା କିପରି ଗୁରୁତ୍ବପୂର୍ଣ୍ଣ ତାହା ଶିକ୍ଷା ଦେଇଥିବାରୁ ପୂଜାରା ‘ଦ ୱାଲ୍'ଙ୍କ ନକଟରେ ସର୍ବଦା କୃତଜ୍ଞ ରହିବେ ବୋଲି କହିଛନ୍ତି।