ମୁମ୍ବାଇ: ଭାରତରେ ଘରୋଇ କ୍ରିକେଟ ସିଜିନ ଆରମ୍ଭ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଦେଶରେ ସମସ୍ତ ପ୍ରକାର କ୍ରିକେଟ ବନ୍ଦ ରହିଛି । ତେବେ ରଣଜୀ ଟ୍ରଫି ମ୍ୟାଚ ପାଇଁ ଯୁବ କ୍ରିକେଟର ସୁରକ୍ଷିତ ଭାବେ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା ସୁଗମ ହେବାପରେ, କ୍ରିକେଟ ଆରମ୍ଭ ସମ୍ଭବ ହେବ ବୋଲି ଗାଙ୍ଗୁଲି କହିଛନ୍ତି ।
ମହାମାରୀ କୋରୋନା ଭାଇରସ ଲକଡାଉନ ଯୋଗୁଁ 2020 ଆଇପିଏଲ ଟୁର୍ଣ୍ଣାମେଣ୍ଟ ଓ ଅନ୍ୟ ଘରୋଇ ଟୁର୍ଣ୍ଣାମେଣ୍ଟ ଅନିଶ୍ଚିନ୍ତତା ମଧ୍ୟରେ ରହିଛି ।
2020-21 ଘରୋଇ ସିଜିନ ଅଗଷ୍ଟରେ ବିଜୟ ହଜାରେ ଟ୍ରଫିରୁ ଆରମ୍ଭ ହେବାର ଥିଲା । ପରେ ରଣଜୀ ଟ୍ରଫି, ଦୁଲ୍ଲିପ ଟ୍ରଫି ଓସାୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳାଯିବାର ଥିଲା । ଗତ ସଂସ୍କରଣର ଇରାନୀ କପ ଲକଡାଉନ 1 ଯୋଗୁଁ ବାତିଲ ହୋଇଥିଲା ।