ହାଇଦ୍ରାବାଦ: ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଆନିମଲ ଆକ୍ଟିଭିଷ୍ଟ କେଭିନ ପିଟରସନ କେରଳରେ ହୋଇଥିବା ହାତୀମୃ୍ତ୍ୟୁ ଘଟଣାକୁ ନେଇ ଗଭୀର ଭାବେ ମର୍ମାହତ ହୋଇଛନ୍ତି ଯେଉଁଥିରେ ଏକ ଗର୍ଭଣୀ ହାତୀକୁ ବାଣଭର୍ତ୍ତି ସପୁରୀ ଖାଇବାକୁ ଦିଆଯାଇଥିଲା ।
“ମା ହାତୀ ଉପରେ ହୋଇଥିବା ବର୍ବରତାର ଭାରତରୁ ରାତାରାତି ପାଇଥିବା ଫଟୋ ଗୁଡିକ ଦେଖି ଗଭୀର ଆଘାତ ଲାଗିଛି । କେହି କାହିଁକି ଏମିତି କରେ ? କାହିଁକି ?’’ ପିଟରସନ ଇନଷ୍ଟାଗ୍ରାମରେ ଏହି ଭୟଙ୍କର ଘଟଣାର ଫଟୋ ପୋଷ୍ଟ କରି କହିଛନ୍ତି ।