ଓଡିଶା

odisha

ETV Bharat / sports

ଡ୍ରୋନ ବ୍ୟବହାର ପାଇଁ ବିସିସିଆଇକୁ ଅନୁମତି ଦେଲା DGCA - କ୍ରିକେଟ ମ୍ୟାଚରେ ଡ୍ରୋନ ବ୍ୟବହାର

କ୍ରିକେଟ ମ୍ୟାଚରେ ଡ୍ରୋନର ବ୍ୟବହାର ପାଇଁ ବିସିସିଆଇକୁ ମିଳିଲା ଅନୁମତି। ପୂର୍ବରୁ ବିସିସିଆଇ ପକ୍ଷରୁ ଆୟୋଜିତ ହେଉଥିବା ମ୍ୟାଚ ଗୁଡ଼ିକରେ ଡ୍ରୋନ ବ୍ୟବହାର ହୋଇ ପାରୁନଥିଲା। ଅଧିକ ପଢ଼ନ୍ତୁ...

directorate general of civil aviation authority approve bcci to use drone during cricket match
ଡ୍ରୋନ ବ୍ୟବହାର ପାଇଁ DGCAର ବିସିସିଆଇକୁ ଅନୁମତି

By

Published : Feb 8, 2021, 5:36 PM IST

ନୂଆଦିଲ୍ଲୀ:କ୍ରିକେଟ ମ୍ୟାଚରେ ଡ୍ରୋନର ବ୍ୟବହାର ପାଇଁ ବିସିସିଆଇକୁ ମିଳିଲା ଅନୁମତି। ପୂର୍ବରୁ ବିସିସିଆଇ ପକ୍ଷରୁ ଆୟୋଜିତ ହେଉଥିବା ମ୍ୟାଚ ଗୁଡ଼ିକରେ ଡ୍ରୋନ ବ୍ୟବହାର ହୋଇ ପାରୁନଥିଲା। ତେବେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(Directorate General of Civil Aviation) ଏହାକୁ ନେଇ କେତେକ ସର୍ତ୍ତ ସହ ବିସିସିଆଇକୁ ଅନୁମତି ଦେଇଛି। 2021 କ୍ରିକେଟ ସିଜନ ପାଇଁ ବିସିସିଆଇ ଏଣିକି ଡ୍ରୋନର ବ୍ୟବହାର କରି ପାରିବ।

ବିସିସିଆଇକୁ ଡ୍ରୋନ ବ୍ୟବହାର ପାଇଁ ଅନୁମତି ଦିଆଯିବା ବେସାମିରକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅତିରିକ୍ତ ସଚିବ ଅମ୍ବର ଦୁବେ ସୂଚନା ଦେଇଛନ୍ତି। ବେସାମିରକ ବିମାନ ଚଳାଚଳ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ କୁହାଯାଇଛି ଯେ, "ଭାରତରେ ଡ୍ରୋନ ବ୍ୟବହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଡ୍ରୋନ ବ୍ୟବହାର ଦେଶର ଇକୋ ସିଷ୍ଟମକୁ ଏକ ନୂଆ ରୂପ ଦେବାରେ ଲାଗିଛି। କୃଷି, ଖଣି, ସ୍ବାସ୍ଥ୍ୟସେବା ଓ ବିପର୍ଯ୍ୟୟ ପରିଚାଳନା ପାଇଁ ମଧ୍ୟ ଏହା ବ୍ୟବହାର ହେବାରେ ଲାଗିଛି। ବର୍ତ୍ତମାନ ଏହାର ବ୍ୟବସାୟିକ ବ୍ୟବହାର ଆରମ୍ଭ ହୋଇଥିବାରୁ ବିସିସିଆଇକୁ ମଧ୍ୟ କ୍ରିକେଟ ମ୍ୟାଚ ବେଳେ କେତେକ ସର୍ତ୍ତ ସହ ଡ୍ରୋନ ବ୍ୟବହାର କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି।"

ଡ୍ରୋନ ବ୍ୟବହାର ପାଇଁ ସର୍ତ୍ତ

ଡ୍ରୋନ ନିୟମ 2021 ଅନୁଯାୟୀ ବିସିସିଆଇକୁ ଡ୍ରୋନ ବ୍ୟବହାର ପାଇଁ ଅନୁମତି ମିଳିଛି। ମାର୍ଚ୍ଚ ମାସ ବେଳକୁ ବିସିସିଆଇ କୌଣସି କ୍ରିକେଟ ମ୍ୟାଚରେ ଡ୍ରୋନ ବ୍ୟବହାର କରି ପାରିବ। ଏଥିପାଇଁ ବିସିସିଆଇକୁ ସ୍ଥାନୀୟ ପ୍ରଶାସନ, ସାମରିକ ମନ୍ତ୍ରାଳୟ, ଗୃହ ବ୍ୟାପାର ମନ୍ତ୍ରାଳୟ, ବାୟୁସେନା ଓ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ମିଳିବା ଆବଶ୍ୟକ।

କ୍ରିକେଟ ମ୍ୟାଚରେ ରିମୋଟ ପାଇଲଟ ଏୟାରକ୍ରାଫ୍ଟ ସିଷ୍ଟମ (ଡ୍ରୋନ) ବ୍ୟବହାର ହେବ। ଏସଓପି ଅନୁଯାୟୀ ଡ୍ରୋନର ବୈଧ ନମ୍ବର ଥିବା ଆବଶ୍ୟକ। ଏସଓପିରେ କିଛି ପରିବର୍ତ୍ତନ ହେଲେ ଏହାକୁ ନେଇ ବିସିସିଆକୁ ଅବଗତ କରାଯିବ। ଏହାପରେ ବିସିସିଆଇ ପୁନଃ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟରୁ ଅନୁମତି ନେବ।

@ani

ABOUT THE AUTHOR

...view details