ଲଣ୍ଡନ: ବାଂଲାଦେଶର ପୂର୍ବତନ କ୍ୟାପଟେନ ମଶରଫେ ମୋର୍ତାଜାଙ୍କୁ ନେଇ ବର୍ତ୍ତମାନର କ୍ୟାପଟେନ ଭାବୁକ ହୋଇଛନ୍ତି । ଓପନର ବ୍ୟାଟ୍ସମ୍ୟାନ ତାମିମ ଇକବାଲଙ୍କୁ ବର୍ତ୍ତମାନ ବାଂଲାଦେଶର କ୍ୟାପଟେନ ଦାୟିତ୍ବ ମିଳିଛି ।
ତେବେ ମୋର୍ତାଜାଙ୍କ ସ୍ଥାନ ପୂରଣ କରିବା କଷ୍ଟକର ବୋଲି କହିଛନ୍ତି କ୍ୟାପଟେନ ତାମିମ ଇକବାଲ । ‘ମୋର୍ତାଜାଙ୍କ ସହ ସୁସଂପର୍କ ରହିଛି । ଏକାଠି ଅନେକ କ୍ରିକେଟ ଖେଳିଛୁ।’ ଆବଶ୍ୟକ ସ୍ଥଳେ ପ୍ରଥମ ବ୍ୟକ୍ତି ଭାବେ ମୋର୍ତାଜାଙ୍କ ଠାରୁ ପରାମର୍ଶ ସେ ପରାମର୍ଶ ଗ୍ରହଣ କରିବେ ବୋଲି କହିଛନ୍ତି ।