ଓଡିଶା

odisha

ETV Bharat / sports

'ଚଳିତ ବର୍ଷ ଟି-20 ବିଶ୍ବକପ କଷ୍ଟସାଧ୍ୟ'

ଜନ ସୁରକ୍ଷାକୁ ପ୍ରଥମ ପ୍ରାଥମିକତା ଦିଆଯିବ । ସେଥିପାଇଁ ଟି-20 ବିଶ୍ବକପ ହେବା କଷ୍ଟଷାଧ୍ୟ ।

'ଚଳିତ ବର୍ଷ ଟି-20 ବିଶ୍ବକପ ହେବା କଷ୍ଟସାଧ୍ୟ'
'ଚଳିତ ବର୍ଷ ଟି-20 ବିଶ୍ବକପ ହେବା କଷ୍ଟସାଧ୍ୟ'

By

Published : Jun 1, 2020, 1:08 AM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଇଫ୍ରାନ ପଠାନଙ୍କ ମତରେ କୋଭିଡ-19କୁ ନେଇ ଅଷ୍ଟ୍ରେଲିଆର ନିୟମ ବେଶ ଶକ୍ତ । ତେଣୁ ଚଳିତ ବର୍ଷ ଟି-20 ବିଶ୍ବକପ ହେବା ଅସମ୍ଭବ ।

ସେ କହିଛନ୍ତି ଯେ, ମୁଁ ଟି-20 ବିଶ୍ବକପ ଦେଖିବାକୁ ଚାହୁଁଥିଲି । କିନ୍ତୁ ଏହା କଷ୍ଟ ସାଧ୍ୟ । କୋରେନାକୁ ନେଇ ଅଷ୍ଟ୍ରେଲିଆର ନିୟମ ବହୁତ ଶକ୍ତ । ସେଠାକାର ନିୟମକୁ ମୁଁ ଦେଖିଛି । ମତେ ଲାଗୁଛି ଜନ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ସେଥିପାଇଁ ଟି-20 ବିଶ୍ବକପ ଆୟୋଜନ କରିବା ପ୍ରାୟତଃ ଅସମ୍ଭବ ।

ସେପଟେ ଆଇପିଏଲକୁ ନେଇ ସେ କହିଛନ୍ତି ଯେ, ଆଇପିଏଲ ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିଥାଏ । ଏହି ଆଇପିଏଲ କେତେକ ଲୋକଙ୍କ ଘର ମଧ୍ୟ ଚଳାଏ । ସ୍ବାସ୍ଥ୍ୟ କିନ୍ତୁ ପ୍ରଥମ ପ୍ରାଥମିକତା ।

ABOUT THE AUTHOR

...view details