ଓଡିଶା

odisha

ETV Bharat / sports

‘ଧୋନିଙ୍କ ଟିମ ମିଟିଙ୍ଗ, ମାତ୍ର 2 ମିନିଟ’ - ଧୋନିଙ୍କ ଅଧିନାୟକତ୍ବ

ସମୟ ବଦଳିଛି କିନ୍ତୁ ଧୋନିଙ୍କ ଅଧିନାୟକତ୍ବରେ କୌଣସି ପରିବର୍ତ୍ତନ ହୋଇ ନାହିଁ ବୋଲି କହିଛନ୍ତି ପାର୍ଥିବ ପଟେଲ । ଅଧିକ ପଢ଼ନ୍ତୁ...

Dhoni's team meetings weren't more than two minutes, parthiv patel, ଧୋନିଙ୍କ ଟିମ ମିଟିଙ୍ଗ, ମାତ୍ର 2 ମିନିଟ, ଧୋନିଙ୍କ ଅଧିନାୟକତ୍ବ, ପାର୍ଥିବ ପଟେଲ
Dhoni's team meetings

By

Published : May 28, 2020, 8:05 PM IST

ହାଇଦ୍ରବାଦ: ଆଇପିଏଲର ପ୍ରଥମ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିବା ପାର୍ଥିବ ପଟେଲ ଧୋନିଙ୍କ ଟିମ ମିଟିଙ୍ଗ ବିଷୟରେ କହିଛନ୍ତି । ସେହି ବର୍ଷ ପାର୍ଥିବ 13ଟି ମ୍ୟାଚରୁ 302 ରନ ସଂଗ୍ରହ କରିଥିଲେ ଓ ସିଏସକେ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିଥିଲା ମ୍ୟାଚ । ତାପରେ ପାର୍ଥିବ ଅନ୍ୟ ଦଳ ପାଇଁ ଖେଳିବା ଆରମ୍ଭ କରିଥଲେ । ତେବେ ଏତେ ବର୍ଷରେ ଧୋନି ଏବଂ ତାଙ୍କ ଅଧିନାୟକତ୍ବରେ କିଛି ପରିବର୍ତ୍ତନ ହୋଇ ନାହିଁ ବୋଲି କହିଛନ୍ତି ପାର୍ଥିବ ।

“ଟିମ ମିଟିଙ୍ଗ ମାତ୍ର 2 ମିନିଟ ଧରି ଚାଲୁଥିଲା । 2008 ଫାଇନାଲରେ, ଧୋନିଙ୍କ ନେତୃତ୍ବରେ ସିଏସକେର ଟିମ ମିଟିଙ୍ଗ 2 ମିନିଟ ପର୍ଯ୍ୟନ୍ତ ଚାଲିଥିଲା ​​ଏବଂ ମୁଁ ନିଶ୍ଚିତ ଯେ ଏହା 2019ରେ ମଧ୍ୟ 2 ମିନିଟ ପର୍ଯ୍ୟନ୍ତ ହିଁ ଚାଲିଥିବ ​​। ଧୋନି ତାଙ୍କ ଖେଳାଳିଙ୍କଠାରୁ ଯାହା ଚାହୁଁଥିଲେ ତାହା ସର୍ବଦା ସ୍ପଷ୍ଟ ଥିଲା,’’ ବୋଲି କହିଛନ୍ତି ପାର୍ଥିବ ।

“ଧୋନି ତାଙ୍କ ଦଳର ମିଶ୍ରଣ ଏବଂ ଦଳରେ ପ୍ରତ୍ୟେକ ଖେଳାଳିଙ୍କ ଭୂମିକା ବିଷୟରେ ସର୍ବଦା ସ୍ପଷ୍ଟ ରହୁଥିଲେ । 2008 ସିଜନରେ ରାଜସ୍ଥାନ ରୟାଲ୍ସ ଦଳ 11 ଖେଳାଳିଙ୍କ ଦଳ ପରି ଖେଳିଲା । ଏହା କଦାପି ବ୍ୟକ୍ତିବିଶେଷଙ୍କ ଦଳ ନଥିଲା ଏବଂ ସେଥିପାଇଁ ଆମେ ସେମାନଙ୍କୁ ଗମ୍ଭୀରତାର ସହ ନେଇଥିଲୁ ।”

ତେବେ ଆଗରୁ ଅନ୍ୟ ସିଏସକେ ଖେଳାଳି ମାନେ ମଧ୍ୟ ଧୋନିଙ୍କ ଟିମ ମିଟିଙ୍ଗ ବିଷୟରେ କହିବା ସହ ଧୋନି କେବେ ଖେଳାଳିଙ୍କ ଉପରେ ଚାପ ପକାନ୍ତି ନାହିଁ ବୋଲି କହିଛନ୍ତି ।

ABOUT THE AUTHOR

...view details