ଓଡିଶା

odisha

ETV Bharat / sports

ଗାଙ୍ଗୁଲିଙ୍କ ପରିଶ୍ରମ ଯୋଗୁଁ ଧୋନି ସଫଳ: ଗମ୍ଭୀର - ଗୌତମ ଗମ୍ଭୀର

ପୁଣି ଧୋନିଙ୍କୁ ନେଇ ବୟାନ ଦେଲେ ଗୌତମ ଗମ୍ଭୀର । ସୌରଭ ଗାଙ୍ଗୁଲି କଠିନ ପରିଶ୍ରମ କରି ଟିମ ଗଢ଼ିଥିବାରୁ ଧୋନି ସଫଳ ହୋଇ ସବୁ ଟ୍ରଫି ଜିତିପାରିଲେ ବୋଲି କହିଛନ୍ତି ଗୌତମ । ଅଧିକ ପଢ଼ନ୍ତୁ...

Dhoni won so many trophies because of Ganguly, Ganguly's hardwork makes dhoni win, Gautam Gambhir, ଗାଙ୍ଗୁଲିଙ୍କ ପରିଶ୍ରମ ଯୋଗୁଁ ଧୋନି ସଫଳ, ସୌରଭ ଗାଙ୍ଗୁଲି, ଗୌତମ ଗମ୍ଭୀର,  ଏମଏସ ଧୋନି
ଗାଙ୍ଗୁଲିଙ୍କ ପରିଶ୍ରମ ଯୋଗୁଁ ଧୋନି ସଫଳ: ଗମ୍ଭୀର

By

Published : Jul 12, 2020, 12:22 AM IST

ନୂଆଦିଲ୍ଲୀ: ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କ କହିବାନୁସାରେ ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନି ଭାଗ୍ୟବାନ ଥିଲେ ଯେ, ସେ ଖେଳର ସମସ୍ତ ଫର୍ମାଟରେ ଭାରତୀୟ ଅଧିନାୟକତ୍ବ ଗ୍ରହଣ କରିବା ସମୟରେ ଦଳରେ ପୂର୍ବରୁ ମହାନ ଖେଳାଳି ମାନେ ରହିଥିଲେ । ଟେଷ୍ଟ ଅଧିନାୟକ ଭାବେ ଧୋନି ଭାରତକୁ ଟେଷ୍ଟ ରାଙ୍କିଙ୍ଗର ଶୀର୍ଷରେ ପହଁଞ୍ଚାଇଥିଲେ ବୋଲି କୁହାଯାଏ କିନ୍ତୁ ଗମ୍ଭୀର କହିଛନ୍ତି ଯେ ପେସର ଜହିର ଖାନଙ୍କ ଯୋଗୁଁ ଦଳ ଏତେ ସଫଳ ହୋଇ ପାରିଥିଲା ।

ଧୋନି ଟେଷ୍ଟ କ୍ରିକେଟରେ ଜଣେ ସଫଳ ଅଧିନାୟକ ହେବାର କାରଣ ହେଉଛନ୍ତି ଜହିର ଖାନ। ସେ ଧୋନିଙ୍କ ପାଇଁ ଏକ ବଡ ଆଶୀର୍ବାଦ ହୋଇଥିଲେ, ଯେଉଁଥିପାଇଁ ଶ୍ରେୟ ସୌରାଭ ଗାଙ୍ଗୁଲିଙ୍କୁ ଯାଇଥାଏ। ମୋ ମତରେ ଜହିର ଭାରତର ଶ୍ରେଷ୍ଠ ବିଶ୍ବ ସ୍ତରୀୟ ବୋଲର ହୋଇଛନ୍ତି ବୋଲି ଷ୍ଟାର ସ୍ପୋର୍ଟସ୍ ସୋ କ୍ରିକେଟ୍ କନେକ୍ଟେଡରେ ଗମ୍ଭୀର କହିଛନ୍ତି।

ଧୋନିଙ୍କ ଅଧିନାୟକତ୍ବ ସମୟରେ ଭାରତର ଦୁଇଟି ବଡ଼ ସଫଳତା - 2007 ଟି-20 ବିଶ୍ବକପ ଏବଂ 2011 ବିଶ୍ବକପ ଜିତିବାରେ ସଫଳ ହୋଇଥିଲା ଯେଉଁଥିରେ ଗମ୍ଭୀର ମଧ୍ୟ ସାମିଲ ଥିଲେ ।

ଧୋନି ଜଣେ ଭାଗ୍ୟଶାଳୀ ଅଧିନାୟକ ହୋଇଥିବାରୁ ସେ ପ୍ରତ୍ୟେକ ଫର୍ମାଟରେ ଏକ ଆଶ୍ଚର୍ଯ୍ୟଜନକ ଦଳ ପାଇଥିଲେ। ଧୋନିଙ୍କ ପାଇଁ 2011 ବିଶ୍ବକପ ଦଳକୁ କ୍ୟାପଟେନ କରିବା ଅତ୍ୟନ୍ତ ସହଜ ଥିଲା କାରଣ ଆମ ପାଖରେ ସଚିନ, ସେହୱାଗ, ଯୁବରାଜ, ୟୁସୁଫ, ବିରାଟଙ୍କ ସମେତ ସେ ନିଜେ ଥିଲେ, ତେଣୁ ସେ ଶ୍ରେଷ୍ଠ ଦଳ ପାଇଥିଲେ । ତେବେ ଗାଙ୍ଗୁଲିଙ୍କୁ ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିଥିଲା ଯାହାର ଫଳସ୍ବରୂପ ଧୋନି ଏତେ ଟ୍ରଫି ଜିତିଥିଲେ, ବୋଲି ଗମ୍ଭୀର କହିଛନ୍ତି।

ଏହା ପୂର୍ବରୁ ଗମ୍ଭୀର ଯେଉଁମାନେ କେବଳ 2011 ବିଶ୍ବକପ ଜିତିବା ପାଇଁ ଧୋନିଙ୍କ ଛକାକୁ ସେଲିବ୍ରେଟ କରୁଛନ୍ତି ତାଙ୍କୁ ସମାଲୋଚନା କରିଥିଲେ । ବିଶ୍ବକପ ପୁରା ଟିମ ଜିତିଥିଲା ବୋଲି କହିଥିଲେ ଗମ୍ଭୀର । ନଅ ବର୍ଷ ପୂର୍ବେ ଭାରତ ବିଶ୍ବକପ ଜିତିଥିଲା ।

‘‘ଧୋନି ଫିନିସେସ୍ ଅଫ ଇନ ଷ୍ଟାଇଲ । 28 ବର୍ଷ ପରେ ଭାରତ ବିଶ୍ବକପ୍ ଉଠାଇବ!’’ 2011 ବିଶ୍ବକପରେ ଧୋନି ଯେତେବେଳେ ନୁୱାନ କୁଲସେକରାଙ୍କୁ ଏକ ଛକା ମାରି ଭାରତକୁ ବିଜୟ ଦ୍ବାରା ଅତିକ୍ରମ କରାଇଥିଲେ ରବି ଶାସ୍ତ୍ରୀଙ୍କ କମେଣ୍ଟ୍ରି ବକ୍ସରେ ଏହି ଶବ୍ଦ ଆଜି ସମସ୍ତଙ୍କୁ ମନେ ରହିଛି ।

ବିଶ୍ବକପ ଷ୍ଟାଇଲିସ ବାମହାତୀ ବ୍ୟାଟ୍ସମ୍ୟାନ 97 ସ୍କୋର କରିଥିବାବେଳେ ନିଜକୁ ନମ୍ବର 4ରେ ଉନ୍ନୀତ କରିଥିବା ଧୋନି ଅପରାଜିତ 91 ରନ କରି ଭାରତକୁ 6 ୱିକେଟରେ ଜିତିବାରେ ସାହାଯ୍ୟ କରିଥିଲେ ।

@IANS

ABOUT THE AUTHOR

...view details