ଓଡିଶା

odisha

ETV Bharat / sports

ଧୋନିଙ୍କ ଅବସର ପାଇଁ ଚାପ ପକାଉଛି ବିଜେପି !

ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ରିକେଟରୁ ଅବସର ନେବା ପରେ ବିଜେପିରେ ଯୋଗ ଦେବେ ! ଏମିତି କହିଛନ୍ତି ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଞ୍ଜୟ ପାଶୱାନ ।

By

Published : Jul 13, 2019, 6:56 PM IST

Updated : Jul 13, 2019, 7:22 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆକୁ ବିଦାୟ କହିବେ ଧୋନି । ଏହାପରେ ଧୋନି ଟିମ ମୋଦିରେ ହେବେ ସାମିଲ । 'ଇଟିଭି ଭାରତ'କୁ ପ୍ରତିକ୍ରିୟା ଦେଇ ଏଭଳି କହିଛନ୍ତି ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ପାଶୱାନ । ତେବେ ସୂଚନାଥାଉ କି, ବିଶ୍ବକପ ସେମିଫାଇନାଲରେ ଭାରତୀୟ ଦଳର ଅପ୍ରତ୍ୟାଶିତ ପରାଜୟ ପରେ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାତ୍ର ଅବସରରକୁ ନେଇ ଏଯାଏଁ ଧୋନି କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

ଭିଡିଓ ସୌଜନ୍ୟ- ବ୍ୟୁରୋ ରିପୋର୍ଟ

ବିଜେପି ନେତା ସଞ୍ଜୟ ପାଶୱାନଙ୍କ କହିବା ଅନୁସାରେ, ଧୋନି ବିଜେପିରେ ମିଶିବା ନେଇ ତାଙ୍କ ସହ ଆଲୋଚନା ଚାଲିଛି । ଧୋନିଙ୍କ ଅବସରର ପରେ ଧୋନିଙ୍କ ବିଜେପିରେ ମିଶ୍ରଣ ଏକ ପ୍ରକାର ସ୍ପଷ୍ଟ ହୋଇଯିବ । ତେବେ ଦେଶ ପାଇଁ କ୍ରିକେଟ ମାଧ୍ୟମରେ ଧୋନି ଅନେକ ବର୍ଷ ହେଲା ସେବା କରିଆସୁଛନ୍ତି । ଏବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ ଦେଶର ସେବା କରିବେ ।

ତେବେ ବିଶ୍ବକପରେ ଭାରତୀୟ ଦଳ ବିଦାୟ ନେବା ପରେ ସାରା ଦେଶବାସୀ ଏବେ ସ୍ତବ୍ଧ । ଅନ୍ୟପଟେ ଧୋନିଙ୍କ ଅବସର ଖବରକୁ ନେଇ କ୍ରିକେଟ ପ୍ରେମୀ ମଧ୍ୟ ନିରାଶ । ଆଉ ଏପରି ସ୍ଥିତିରେ ବିଜେପି ନେତାଙ୍କ ଏଭଳି ମନ୍ତବ୍ୟ ଧୋନିଙ୍କ ଅବସର ପ୍ରସଙ୍ଗକୁ ରୋଚକ ମୋଡରେ ଆଣି ଠିଆ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 13, 2019, 7:22 PM IST

ABOUT THE AUTHOR

...view details