କୋଲକାତା: କୋରୋନା ଭାଇରସ କାରଣରୁ ମହେନ୍ଦ୍ର ସିଂ ଧୋନିଙ୍କ ବହୁ ପ୍ରତୀକ୍ଷିତ ଆଇପିଏଲ ପ୍ରତ୍ୟାବର୍ତ୍ତନ ବର୍ତ୍ତମାନ ସମୟରେ ଆଶା କରାଯାଇ ନପାରେ । କିନ୍ତୁ ତାଙ୍କ ପିଲାଦିନର କୋଚ୍ କେଶବ ରଞ୍ଜନ ବାନାର୍ଜୀ ଆଶା କରୁଛନ୍ତି ଯେ, ଧୋନିଙ୍କୁ ଶେଷ ସୁଯୋଗ ଭାବେ ଟି -20 ବିଶ୍ୱକପ ପାଇ ଭାରତୀୟ ଦଳରେ ସ୍ଥାନ ଦେବା ଉଚିତ୍ ।
ସୂଚନାଥାଉ କି, ମାର୍ଚ୍ଚ 29 ରେ ଆଇପିଏଲ୍ ଆରମ୍ଭ ହେବାର ଥିଲା । କିନ୍ତୁ କୋରୋନା ଭାଇରସ କାରଣରୁ ଏହା ଏପ୍ରିଲ୍ 15 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଗତ ବର୍ଷ ଜୁଲାଇରେ ବିଶ୍ବକପ୍ ସେମିଫାଇନାଲରେ ଭାରତ ପରାସ୍ତ ହେବା ପରେ ଧୋନି କ୍ରିକେଟଠାରୁ ଦୂରେଇ ରହିଛନ୍ତି । ବାନାର୍ଜୀ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି, "ଆଇପିଏଲ୍ ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ ଆଉ ଆୟୋଜିତ ହେଉଥିବା ପରି ମନେ ହେଉନାହିଁ । ବିସିସିଆଇର ନିଷ୍ପତ୍ତି ପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ । ଧୋନିଙ୍କ ଅବସ୍ଥା କଠିନ । କିନ୍ତୁ ମୋର ଭାବନା କହୁଛି ଯେ ସେ ଟି -20 ବିଶ୍ୱକପ୍ ଖେଳିବାର ସୁଯୋଗ ପାଇବେ ଦରକାର । ଯାହା ତାଙ୍କର ଶେଷ ବିଶ୍ବକପ୍ ହେବ । "